ଅପହରଣ ପରେ ହତ୍ୟା ! ଦୁଇ ଦିନ ପରେ ରାସ୍ତା କଡରୁ ମିଳିଲା ଯୁବକଙ୍କ ମୃତଦେହ

କୋଦଳା ଥାନା ଅନ୍ତର୍ଗତ ସାତନଳ ରାସ୍ତା କଡରୁ ମିଳିଲା ମୃତଦେହ । ମୃତକ ଜଣକ ହେଉଛନ୍ତି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କେ.ଖରିଡା ଗ୍ରାମର ଦୀପୁ ପାତ୍ର । ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଦୁଇ ଦିନ ତଳେ କୋର୍ଟରୁ ଫେରିବା ସମୟରେ ତାଙ୍କର ଅପହରଣ ହୋଇଥିଲା।

ଗଞ୍ଜାମ (କେନ୍ୟୁଜ): କୋଦଳା ଥାନା ଅନ୍ତର୍ଗତ ସାତନଳ ରାସ୍ତା କଡରୁ ମିଳିଲା ମୃତଦେହ । ମୃତକ ଜଣକ ହେଉଛନ୍ତି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କେ.ଖରିଡା ଗ୍ରାମର ଦୀପୁ ପାତ୍ର । ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଦୁଇ ଦିନ ତଳେ କୋର୍ଟରୁ ଫେରିବା ସମୟରେ ତାଙ୍କର ଅପହରଣ ହୋଇଥିଲା।

ସୂଚନା ଅନୁଯାୟୀ ଦୀପୁ ଏକ ମାମଲାରେ କୋଦଳା କୋର୍ଟରୁ ଘରକୁ ଫେରିବା ସମୟରେ ଗତ ୬ ତାରିଖ ଅପରାହ୍ନରେ ଜେ.ଛଚିନା ଗାଁ ନିକଟରେ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିଲେ । ଏପରିକି ଦୀପୁଙ୍କୁ ଅପହରଣ କରିବା ପରେ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ମାଡ଼ ମାରିବା ସମୟରେ ଭିଡ଼ିଓ କଲ କରି ଦେଖାଇଥିଲେ ଦୁର୍ବୃତ୍ତ । ଅପହରଣ ନେଇ ଦୀପୁଙ୍କ ପରିବାର ଲୋକେ କୋଦଳା ଥାନାରେ ଅଭିଯୋଗ ଦେବା ସହ ଗତକାଲି ଗଞ୍ଜାମ ଏସପିଙ୍କୁ ସାକ୍ଷାତ କରିଥିଲେ । ଦୀପୁଙ୍କୁ କେହି ହତ୍ୟା କରିବା ପରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ । ଘଟଣାକୁ ନେଇ କୋଦଳା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.