ଫିଲ୍ମ ‘ତେଜସ’ର ଟିଜର ପରେ ଏବେ ଟ୍ରେଲର ହେଲା ରିଲିଜ, ଖୁବ୍ ଶୀଘ୍ର ସିନେମା ହଲରେ ମୁକ୍ତିଲାଭ କରିବ ଫିଲ୍ମ
ବଲିଉଡର କୁଇନ୍ କଙ୍ଗନା ରାଣାଓ୍ଵତଙ୍କ ଫିଲ୍ମ ‘ତେଜସ’ର ଟିଜରରେ ଆକ୍ସନ ଓ ରୋମାଞ୍ଚର ଝଲକ ଦେଖିବା ପରେ ଏହାକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ଟିଜର ଦେଖିବା ପରେ ଫିଲ୍ମକୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ଆଜି ସେହି ଅବସର ଆସିଛି ଏବଂ ‘ତେଜସ’ର ଟ୍ରେଲର ରିଲିଜ୍ କରାଯାଇଛି ।
ବଲିଉଡ କୁଇନ୍ କଙ୍ଗନା ରାଣାଓ୍ଵତଙ୍କ ଫିଲ୍ମ ‘ତେଜସ’ର ଟିଜରରେ ଆକ୍ସନ ଓ ରୋମାଞ୍ଚକ ଝଲକ ଦେଖିବା ପରେ ଏହାକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ଟିଜର ଦେଖିବା ପରେ ଫିଲ୍ମକୁ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଫିଲ୍ମର ନିର୍ଦ୍ଦେଶକ ବାୟୁ ସେନା ଦିବସରେ ଫିଲ୍ମର ଟ୍ରେଲର ରିଲିଜ୍ କରିବେ ବୋଲି ଘୋଷଣା କରିଥିଲେ । ତେବେ ଆଜି ସେହି ଅବସର ଆସିଛି ଏବଂ ‘ତେଜସ’ର ଟ୍ରେଲର ରିଲିଜ୍ କରାଯାଇଛି ।
ଫିଲ୍ମର ନିର୍ଦ୍ଦେଶକ ଆଜି ବାୟୁ ସେନା ଦିବସରେ ଏହି ଫିଲ୍ମର ଟ୍ରେଲର ଉପରୁ ପରଦା ଉଠାଇଛନ୍ତି । ଟ୍ରେଲରରେ ଦେଖିବା ପାଇଁ ମିଳିଛି, ଯେ କଙ୍ଗନା ରାଣାଓ୍ଵତ ପ୍ରଖର ଜୋସ୍ରେ ଭରପୂର ଶକ୍ତିଶାଳୀ ବାୟୁ ସେନା ପାୟଲଟ ତେଜସ ଗିଲଙ୍କ ଚରିତ୍ର ନଜର ଆସିଛନ୍ତି । ହାଇ ଲେବଲର ବିମାନ ସିନ୍ ସହିତ ଟ୍ରେଲରଟି ଆରମ୍ଭ ହୋଇଛି । ଆଉ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ଫିଲ୍ମର ଏକ ଡାଇଲଗ୍ #BharatKoChhedogeTohChhodengeNahi,। ଟ୍ରେଲର ଆରମ୍ଭରୁ ହିଁ ହଇଚଇ ସୃଷ୍ଟି କରିଛି ।
ଫିଲ୍ମ ତେଜସରେ ଜବରଦସ୍ତ ସାଉଣ୍ଡଟ୍ରାକ ଓ ପାଓ୍ଵାରଫୁଲ ବିଜୁଆଲ ଇଫେକ୍ଟସ ଦିଆଯିବା ସହ ଟ୍ରେଲରରେ ଏକ ଭିଜୁଆଲ ସ୍ପେକ୍ଟାକଲ ରହିଛି, ଯାହା ଦମାର୍ ଡାଇଲଗସ୍ ସହିତ ଦେଶଭକ୍ତିର ଭାବନାକୁ ସୃଷ୍ଟି କରୁଛି । ଟ୍ରେଲରରେ ବୀର ବାୟୁ ସେନା ଭାବେ କଙ୍ଗନା ସ୍କ୍ରିନ୍ ଉପରେ ରାଜ୍ କରୁଥିବା ନଜର ଆସୁଛନ୍ତି । ଏହା ସହ ଟ୍ରେଲରେ ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନାର ଶକ୍ତିଶାଳୀ କାର୍ଯ୍ୟ ପ୍ରଦର୍ଶନ କରାଯାଇଛି । ଭାରତୀୟ ବାୟୁ ସେନା ବିମାନର ଗର୍ଜନ ଆକାଶକୁ ଚିରି ଦେଉଛି । ଫିଲ୍ମରେ କଙ୍ଗନାଙ୍କ ମୁହଁରେ ଯୁଦ୍ଧକୁ ନେଇ ଗଭୀରତା, ଲୋକଙ୍କ ମନରେ ଦେଶପ୍ରେମକୁ ନେଇ ଏକ ଉତ୍ସହ ଜାଗ୍ରତ କରିଛି ।
କଙ୍ଗନାଙ୍କ ଏହି ଫିଲ୍ମ ‘ତେଜସ’ ଆରଏସବିପି ତିଆରି କରିଛି । ଫିଲ୍ମ ସର୍ବେଶ ମେଓ୍ଵଡାଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁବାଲଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମଟି ଚଳିତ ବର୍ଷ ଅକ୍ଟୋବର ୨୭ରେ ସିନେମା ହଲରେ ମୁକ୍ତିଲାଭ ହେବାକୁ ଯାଉଛି ।
View this post on Instagram