ଆସନ୍ତା ୧୦ରୁ ସାରା ରାଜ୍ୟରେ ବସ୍ ଧର୍ମଘଟ, ଦାବି ପୂରଣ ନହେବା ଯାଏଁ ଗଡ଼ିବ ନାହିଁ ବସ୍
ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଗଡିବ ନାହିଁ ଘରୋଇ ବସ। ସକାଳ ୬ଟାରୁ ଗଡିବ ନାହିଁ ବୋଲି କୌଣସି ବସ । ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ବୋଲି ଅଲ ଓଡିଶା ବସ୍ ମାଲିକ ସଂଘର ସାଧାରଣ ବୈଠକରେ ନିଷ୍ପତ୍ତି ହେଇଛି।
ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଗଡିବ ନାହିଁ ଘରୋଇ ବସ। ସକାଳ ୬ଟାରୁ ଗଡିବ ନାହିଁ ବୋଲି କୌଣସି ବସ । ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ବୋଲି ଅଲ ଓଡିଶା ବସ୍ ମାଲିକ ସଂଘର ସାଧାରଣ ବୈଠକରେ ନିଷ୍ପତ୍ତି ହେଇଛି।
ଗତ୨୭ ତାରିଖରେ ମଧ୍ୟ ବୈଠକରେ ବନ୍ଦ କରିବାକୁ ନେଇ ନିଷ୍ପତ୍ତି ନେଇଥିଲେ। ହେଲେ ସରକାର ଆଲୋଚନାକୁ ଡାକିଲେ ନାହିଁ କି ଦିଆଯାଇଥିବା ସ୍ମାରକ ପତ୍ର ମୁତାବକ କୌଣସି ଦାବି ସରକାର ମାନିଲେ ନାହିଁ। ତେଣୁ ଦାବି ପୂରଣ ନହେବା ପର୍ୟ୍ୟନ୍ତ ସ୍କୁଲ, କଲେଜ, ଟୁର ଟ୍ରାଭେଲ ବସ ସହ ଘରୋଇ ବସ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।