Below header

ଅନିଲ ଅମ୍ବାନୀଙ୍କୁ ବଡ଼ ଝଟ୍‌କା, ସରକାର ପଠାଇଲେ ୯୨୨ କୋଟି ଟଙ୍କାର ଟିକସ ନୋଟିସ୍‌

ଅନିଲ ଅମ୍ବାନୀଙ୍କୁ ବଡ଼ ଝଟ୍‌କା ଲାଗିଛି। ସରକାରଙ୍କ ତରଫରୁ ତାଙ୍କୁ ୯୨୨.୫୮ କୋଟି ଟଙ୍କାର ଟିକସ ନୋଟିସ୍‌ ପଠାଯାଇଛି। ଜିଏସ୍‌ଟି ଚୋରି ଏବଂ ବକେୟା ଉପରେ ନଜର ରଖୁଥିବା ଡିଜିଜିଆଇ ଅନିଲ ଅମ୍ବାନୀଙ୍କୁ ୪ଟି ପୃଥକ ନୋଟିସ୍‌ ପଠାଇଛି।

ଅନିଲ ଅମ୍ବାନୀଙ୍କୁ ବଡ଼ ଝଟ୍‌କା ଲାଗିଛି। ସରକାରଙ୍କ ତରଫରୁ ତାଙ୍କୁ ୯୨୨.୫୮ କୋଟି ଟଙ୍କାର ଟିକସ ନୋଟିସ୍‌ ପଠାଯାଇଛି। ଜିଏସ୍‌ଟି ଚୋରି ଏବଂ ବକେୟା ଉପରେ ନଜର ରଖୁଥିବା ଡିଜିଜିଆଇ ଅନିଲ ଅମ୍ବାନୀଙ୍କୁ ୪ଟି ପୃଥକ ନୋଟିସ୍‌ ପଠାଇଛି। ରିଲାଏନ୍ସ କ୍ୟାପିଟାଲର ଏକ ୟୁନିଟ୍ ରିଲାଏନ୍ସ ଜେନେରାଲ୍ ଇନସୁରାନ୍ସ କମ୍ପାନୀ ସହ ଜଡିତ କାରବାର ଉପରେ ଅନିଲ୍‌ଙ୍କୁ ଏହି ନୋଟିସ୍‌ ଜାରି କରାଯାଇଛି।

ପୁନଃ ବୀମା ଆୟୋଗ ଏବଂ ସହ-ବୀମା ପ୍ରିମିୟମ୍‌ ଉପରେ ଲାଗୁଥିବା ଜିଏସ୍‌ଟିକୁ ନେଇ ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ଜିଏସ୍‌ଟି ଇଣ୍ଟେଲିଜେନ୍ସ (ଡିଜିଜିଆଇ), ରିଲାଏନ୍ସ ଜେନେରାଲ୍‌ ଇନସୁରାନ୍ସ କମ୍ପାନୀ (RGIC)କୁ  ନୋଟିସ ପଠାଇଛି। ଏହା ସହିତ ଅନିଲ ଅମ୍ବାନୀଙ୍କ ଏହି ବୀମା କମ୍ପାନୀ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍‌ର ଲାଭ ଉଠାଇବା ସହ ପୁନଃ ବୀମା ସେବା ଇମ୍ପୋର୍ଟ କରିଥିଲା ଏବଂ ଏହା ଉପରେ ଜିଏସ୍‌ଟି ଦେଇ ନ ଥିଲା। ଏହି କାରଣଗୁଡ଼ିକ ପାଇଁ ମଧ୍ୟ ନୋଟିସ୍‌ ପଠାଯାଇଛି।

ରିପୋର୍ଟରୁ ଜଣାପଡ଼ିଛି, ଅନିଲ ଅମ୍ବାନୀଙ୍କୁ ୪ଟି ନୋଟିସ୍ ପଠାଯାଇଛି। ସେଥିରେ ୪୭୮.୮୪ କୋଟି ଟଙ୍କା, ୩୫୯.୭୦ କୋଟି, ୭୮.୬୬ କୋଟି ଏବଂ ୫.୩୮ କୋଟି ଟଙ୍କାର ଜିଏସ୍‌ଟି ବକେୟା ଦାବି କରାଯାଇଛି।

କହି ରଖୁଛୁ, ଅନିଲ ଅମ୍ବାନୀ ଦୀର୍ଘ ଦିନ ଧରି ସଙ୍କଟ ଦେଇ ଗତି କରୁଛନ୍ତି। ଗତଥର ତାଙ୍କ ଟେଲିକମ୍ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ ସହ ଜଡିତ ଏକ ମାମଲାରେ ୫୦୦ କୋଟିରୁ ଅଧିକ ଟଙ୍କା ଦେବାକୁ ତାଙ୍କ ଉପରେ ଚାପ ପଡ଼ିଥିଲା। ସେହି ସମୟରେ ତାଙ୍କ ବଡ଼ ଭାଇ ମୁକେଶ ଅମ୍ବାନୀ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.