ଶିକ୍ଷକଙ୍କ ମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ

ଶିକ୍ଷକଙ୍କ ଗୋଇଠା ମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ। ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରୁ । ଖନ୍ତାପଡ଼ା ଥାନା ଅନ୍ତର୍ଗତ କୁଳି ଗାଁ ବଂଶୀଧର ବିଦ୍ୟାପୀଠରେ ଘଟଣା ଘଟିଛି।

ଶିକ୍ଷକଙ୍କ ଗୋଇଠା ମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ। ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରୁ । ଖନ୍ତାପଡ଼ା ଥାନା ଅନ୍ତର୍ଗତ କୁଳି ଗାଁ ବଂଶୀଧର ବିଦ୍ୟାପୀଠରେ ଘଟଣା ଘଟିଛି। ଅଭିଯୋଗ ମୁତାବକ, କୃଷ୍ଣାନନ୍ଦପୁର ଶାସନ ଗାଁର ଦଶମ ଶ୍ରେଣୀ ଛାତ୍ର ସୁମନ ଦାଶଙ୍କୁ ସ୍କୁଲର ହିନ୍ଦୀ ଶିକ୍ଷକ ମାଡ଼ ମାରିଥିଲେ।

ଜଣେ ସହପାଠୀର ସାଇକେଲ ନଜଣାଇ ନେଇଯିବା ଅଭିଯୋଗରେ ମାଡ଼ ମାରିଥିଲେ ହିନ୍ଦୀ ଶିକ୍ଷକ ମନୋରଞ୍ଜନ ମଲ୍ଲିକ। ଗତକାଲି ଘଟଣା ଘଟିଥିଲା। ଛାତ୍ର ଜଣକ ଘରକୁ ଗଲା ପରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତି କରାଯାଇଥିଲା।

ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ମୃତ ଛାତ୍ରଙ୍କ ଶବକୁ ସ୍କୁଲ ଆଗରେ ରଖି ପ୍ରତିବାଦ କରିଛନ୍ତି ପରିବାର ଲୋକ। ଘଟଣା ସ୍ଥଳରେ ଖନ୍ତାପଡ଼ା ଥାନା ପୁଲିସ ସହ ରେମୁଣା ତହସିଲଦାର ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ସଂପୃକ୍ତ ଶିକ୍ଷକଙ୍କ ଗିରଫ ଦାବି କାରିଛନ୍ତି ପରିବାର ଓ ସ୍ଥାନୀୟ ଲୋକେ। ହିନ୍ଦୀ ଶିକ୍ଷକ ଛାତ୍ର ସୁମନଙ୍କ ଛାତିକୁ ଗୋଇଠା ମାରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।