Below header

ଶ୍ରୀଲଙ୍କାକୁ ୭ ଓ୍ଵିକେଟରେ ହରାଇଲା ଭାରତ, ୧-୦ ରେ ସିରିଜ ଆଗୁଆ

କଲମ୍ବୋ :  ଭାରତ ବିଜୟରୁ ଆରମ୍ଭ କରିଛି ତା’ର ଅଭିଯାନ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଆଜି ଭାରତ ୭ ଓ୍ଵିକେଟରେ ଶ୍ରୀଲଙ୍କାକୁ ହରାଇ ବିଜୟ ହାସଲ କରିଛି । ଶେଖର ଧଓ୍ଵନଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ଅପରାଜେୟ ୮୬ ରନ୍‌, ପୃଥ୍ଵୀ ସ ୪୩ ରନ୍‌ ଓ ଇଶାନ କିସାନଙ୍କ ୫୯ ରନ୍‌ ଭାରତକୁ ବିଜୟ ଲକ୍ଷ୍ୟକୁ ପୁରଣ କରିଥିଲା ।

ଶ୍ରୀଲଙ୍କା ୯ ଓ୍ଵିକେଟରେ ସମସ୍ତ ୫୦ ଓଭର ଖେଳି ୨୬୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଭାରତ ତା’ର ଜବାବରେ ମାତ୍ର ୩୬.୪ ଓଭର ଖେଳି ୩ ଓ୍ଵିକେଟ ବଦଳରେ ୨୬୩ ରନ୍‌ କରି ୧-୦ ସିରିଜ ଆଗୁଆ ହୋଇଛି । ମନୀଷ ପାଣ୍ଡେ ୨୬ ରନ୍ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ କରିଛନ୍ତି ଅପରାଜିତ ୩୧ ରନ୍ ।

ଶ୍ରୀଲଙ୍କା ଦଳର ୨୬୩ ରନର ପିଛା କରୁଥିବା ଭାରତୀୟ ଦଳ ଆରମ୍ଭରୁ ଥିଲା ଦୃଢ ସ୍ଥିତିରେ । ଦମଦାର୍ ପାଳି ଆରମ୍ଭ କରିଥିଲେ ଓପନର୍ ପୃଥବୀ ସ ଏବଂ ଶିଖର ଧଓ୍ଵନ । ୨୪ଟି ବଲରେ ୪୩ ରନ ସାଉଁଟି ପ୍ରଥମେ ପାଭିଲିଅନ ଫେରିଥିଲେ ପୃଥବୀ । ଏହା ପରେ ନିଜ ପ୍ରଥମ ODIରେ କରିସ୍ମା ଦେଖାଇଥିଲେ ଇଶାନ କିଶାନ ।

୪୨ଟି ବଲରେ ସାଉଁଟିଥିଲେ ୫୯ ରନ । ଯାହା ଭିତରେ ଥିଲା ୨ଟି ଛକ୍କା ଏବଂ ୮ଟି ଚଉକା । କିଛି ସମୟ ଧରି କ୍ରିଜରେ କ୍ରେଜ୍ ଦେଖାଇବା ପରେ ଲକ୍ଷଣ ସନ୍ଦାକନଙ୍କ ବଲର ଶୀକାର ହୋଇଥିଲେ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ସିଂହଳୀ ବାହିନୀ । ନିର୍ଦ୍ଧାରିତ ଓଭରେ ଦଳ ୯ ଓ୍ଵିକେଟ୍ ବିନିମୟରେ ୨୬୨ ରନ୍ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.