Below header

କିଟ୍‌ର ଅନ୍ତର୍ଜାତୀୟ ଚେସ ଖେଳାଳି ଅପରାଜିତା ଗୋଛିକାର ଏବଂ ଆକାଂକ୍ଷା କବି

ଭୁବନେଶ୍ବର(କେନ୍ଯୁଜ୍) : ଭାରତୀୟ ବିଶ୍ୱବିଦ୍ୟାଳୟ ଚେସ୍‌ର ୮ଜଣିଆ ଦଳରେ କିଟର ଛାତ୍ରୀ ଆକାଂକ୍ଷା କବି ସ୍ଥାନ ପାଇଥିବା ବେଳେ ଏହି ଦଳର ନେତୃତ୍ୱ ନେଉଛନ୍ତି କିଟ୍‌ର ଅନ୍ତର୍ଜାତୀୟ ଚେସ ଖେଳାଳି ଅପରାଜିତା ଗୋଛିକାର । ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ପକ୍ଷରୁ ଏହି ଦଳ ଆଜି କିଟରୁ ବ୍ରାଜିଲ୍‌ ଅଭିମଖେ ଗସ୍ତ କରିଛି । ଆସନ୍ତା ୧୨ ରୁ ୧୮ ତାରିଖ ପଯ୍ୟର୍ନ୍ତ ବ୍ରାଜିଲରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱବିଦ୍ୟାଳୟ ଚେସ୍‌ ଚାମ୍ପିଆନସିପ୍‌ରେ ଭାଗ ନେବେ ।

kiit student

ଅପରାଜିତା ଜଣେ ଅନ୍ତର୍ଜାତୀୟ ଚେସ୍‌ ଖେଳାଳି । ସେ ଅନ୍ତର୍ଜାତୀୟ ସ୍ତରରେ ବହୁ ଚେସ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି । ସେହିପରି ଆକାଂକ୍ଷା କବି ମଧ୍ୟ ଜଣେ ଜାତୀୟସ୍ତରର ଚେସ୍‌ ଖେଳାଳି । କିଟରେ ଭାରତୀୟ ଦଳର ତାଲିମ୍‌ ଶିବିର ଗତ ୬ରୁ ୧୦ ତାରିଖ ପଯ୍ୟର୍ନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟର ଚେସ୍‌ ଖେଳାଳି ଯୋଗ ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ବିଶ୍ୱବିଦ୍ୟାଳୟ ଚେସ୍‌ ଚମ୍ପିଆନସିପ୍‌ ପାଇଁ କିଟ୍‌ ସମେତ ଫକିରମୋହନ ଏବଂ ଓସମାନିଆ ବିଶ୍ୱ ବିଦ୍ୟାଳୟରୁ ଜଣେ ଲେଖାଏଁ ଛାତ୍ର ଓ ପୁନେସ୍ଥିତ ଏସଭିପୁନେ ବିଶ୍ୱ ବିଦ୍ୟାଳୟର ୨ ଛାତ୍ର ଓ ୩ ଛାତ୍ରୀ ମନୋନୀତ ହୋଇଛନ୍ତି । ବ୍ରାଜିଲ ଗସ୍ତ ପୂର୍ବରୁ ଏହି ଖେଳାଳିମାନଙ୍କୁ ଆଜି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.