କଣ ଜିଓ ଟାଗିଂ? ଏବେ କମ୍ପାନୀଗୁଡିକ ଖୁବ ଶୀଘ୍ର କରିବେ ଜିଓ ଟାଗିଂ

ନୂଆଦିଲ୍ଲୀ : କଂପାନୀଗୁଡିକ ଖୁବ ଶୀଘ୍ର ସେମାନଙ୍କ ପଂଜିକୃତ ଅଫିସ୍‌କୁ କଂପାନୀ ରେଜିଷ୍ଟ୍ରାର ନିକଟରେ ଜିଓ ଟାଗିଂ କରିବେ । ଗୋଟିଏ ସ୍ଥାନରେ ଥିବା ସେଲ୍‌ କଂପାନୀଗୁଡିକୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଉଛି । ଛତୁ ଫୁଟିଲା ଭଳି ଗଢି ଉଠୁଥିବା ସେଲ୍‌ କଂପାନୀକୁ ମୂଳରୁ ଚିହ୍ନଟ କରିବା ଲାଗି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରୁଥିବା କହିଛନ୍ତି କର୍ପୋରେଟ ବ୍ୟାପର ରାଷ୍ଟ୍ରମନ୍ତ୍ରୀ ପି.ପି. ଚୌଧୁରୀ କହିଛନ୍ତି । ରେଜିଷ୍ଟ୍ରାର ଅଫିସ୍‌ରେ ରିଟର୍ଣ୍ଣ ଫାଇଲ କରିବା ବେଳେ କଂପାନୀ ଯେଉଁ ସ୍ଥାନରେ ଅବସ୍ଥିତ, ସେହି ନିର୍ଦ୍ଦିଷ୍ଟ ସ୍ଥାନକୁ ଜିଓ ଟ୍ୟାଗିଂ କରିବାକୁ ହେବ । ଯାହା ଫଳରେ ଗୋଟିଏ ସ୍ଥାନରେ ବହୁ ସଂଖ୍ୟାରେ ସେଲ୍‌ କଂପାନୀ କାର୍ଯ୍ୟ କରିବା ଘଟଣାର ପର୍ଦାଫାସ ହୋଇପାରିବ। ଗୋଟିଏ ବିଲିଡିଂରେ ଶହ ଶହ ସେଲ କଂପାନୀର ପଂଜିକୃତ ଅଫିସ  କାମ କରିବା ଚିହ୍ନଟ ହୋଇପାରିବ। ଏପରିକି ଖାଲି ସ୍ଥାନରେ କଂପାନୀର ପଂଜିକୃତ ଅଫିସ୍‌ର ଠିକଣା ରହିବା ଭଳି ଘଟଣାର ପର୍ଦାଫାସ ହୋଇପାରିବ। ଏ ସଂପର୍କରେ ସରକାର ଗୁରୁତର ସହ ବିଚାର କରୁଛନ୍ତି ।

Geo-Tagging

ବହୁ କଂପାନୀ ସାନ ଠିକଣାରେ କେବଳ କାଗଜପତ୍ରରେ ସେମାନଙ୍କ ଅଫିସ ଚଳାଇଥିବା ଅତିତରେ ଜଣାପଡିଛି। ଫଳରେ ସେମାନେ ଜାଲିଆତି କରି ବହୁ ପ୍ରକାର ବେଆଇନ କାରବାର କରୁଛନ୍ତି। ୨୦୧୫ରେ ଜଷ୍ଟିସ୍‌ ଏମ.ବି. ଶାହାଙ୍କ ଦ୍ୱାରା ଏକ ଏସ୍‌ଆଇଟି ଗଠନ କରାଯାଇଥିଲା।  ଏହିସବୁ ଜାଲି କଂପାନୀ କିପରି ଅନୈତିକ ଆର୍ଥିକ କାରବାରରେ ଲିପ୍ତ, ସେ ନେଇ ଏସ୍‌ଆଇଟି ତଦନ୍ତ କରିଥିଲା।ସମାନ ଠିକଣା, ସମାନ ନିର୍ଦ୍ଦେଶକ ଥାଇ ପଂଜିକୃତ କଂପାନୀଗୁଡିକ ବହୁ ସମୟରେ ବଡ ଧରଣ ଆର୍ଥିକ କାରବାର ଘଟଣା ପଦାକୁ ଆସିଛି। ଏହି ଦୃଷ୍ଟିରୁ ବାର୍ଷିକ ରିଟର୍ଣ୍ଣ କରିବା ବେଳେ କଂପାନୀଗୁଡିକ ଜିଓ ଟ୍ୟାଗିଂ ନିହାତି ଆବଶ୍ୟକ ବୋଲି କର୍ପୋରେଟ ବ୍ୟାପର ରାଷ୍ଟ୍ରମନ୍ତ୍ରୀ ପି.ପି. ଚୌଧୁରୀ କହିଛନ୍ତି।

୨୦୧୬ ନଭେମ୍ବର ୮ ତାରିଖରେ ବିମୁଦ୍ରୀକରଣ ଘୋଷଣା ପରେ ସରକାର ବହୁ ସେଲ କଂପାନୀ, ଯେଉଁମାନେ ବିଭିନ୍ନ ପ୍ରକାର ବେଆଇନ ଆର୍ଥିକ କାର୍ଯ୍ୟରେ ଲିପ୍ତଥିଲେ, ତାହାକୁ ଚିହ୍ନଟ କରିବା ସହ ବନ୍ଦ କରିଦେଇଥିଲେ। ତେବେ ସବୁ ଅଚଳ କଂପାନୀ ବେଆଇନ କାର୍ଯ୍ୟରେ ଲିପ୍ତ କହିବା ଠିକ୍‌ ନୁହେଁ। ଭିନ୍ନ ଭିନ୍ନ କାରଣରୁ ଅନେକ କଂପାନୀ କେବଳ ବାର୍ଷିକ ରିଟର୍ଣ୍ଣ ଫାଇଲ କରିଥାନ୍ତି। ବାର୍ଷିକ ରିଟର୍ଣ୍ଣ ଫାଇଲ କରୁନଥିବା ୨ ଲକ୍ଷ ୨୬ ହଜାର ସେଲ କଂପାନକୁ ୨୦୧୭-୧୮ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି। ତେବେ ବିମୁଦ୍ରିକରଣ ପରେ ୬୮ଟି କଂପାନୀ ୨୫ କୋଟି ଟଙ୍କା ଜମା କରିବା ଘଟଣାର ତଦନ୍ତ ଏବେ ବି ଚାଲିଛି।

gps

ତେବେ ବିଶେଷଜ୍ଞମାନେ କହୁଛିନ୍ତ ଯେ, ସମାନ ଠିକଣାରେ ଥିବା କଂପାନୀ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ଠିକ୍‌ ନୁହେଁ। ଲ ଫାର୍ମ କିମ୍ବା ଅଡିଟ ଫାର୍ମଗୁଡିକ ଗୋଟିଏ ବିଲଡିଂରେ ରହି ବଡ ବଡ କଂପାନୀ ପାଇଁ କାମ କରିଥାନ୍ତି। ଏମତିକି ବଡ ବଡ କଂପାନୀର ପଂଜିକୃତ ଅଫିସ ଗୋଟିଏ ସ୍ଥାନରେ ଥିବା ବେଳେ ସେମାନଙ୍କ ବ୍ୟବସାୟ ଅନ୍ୟ ସ୍ଥାନରେ ହୋଇଥାଏ। ତେଣୁ ଗୋଟିଏ ବିଲିଡିଂରେ ବହୁ କଂପାନୀ ରହିବାରେ କିଛି ଆପତ୍ତି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.