Below header

ଶତକରୁ ଆରମ୍ଭ ଶତକରୁ ଶେଷ, କ୍ରିକେଟକୁ ଅଲବିଦା କଲେ ଆଲିଷ୍ଟର କୁକ୍‌

ନୂଆଦିଲ୍ଲୀ : ଶତକରୁ କ୍ୟାରିଅର୍‌ ଆରମ୍ଭ । ଆଉ ଅନ୍ତିମ ଟେଷ୍ଟରେ ଶତକ ହାସଲ ।  ଏଭଳି କିର୍ତ୍ତୀର ଅଧିକାରୀ ହୋଇଛନ୍ତି ଅଷ୍ଟ୍ରେଲିଆ ଖେଳାଳି ଆଲିଷ୍ଟର କୁକ୍‌ । ଓଭାଲ୍‌ରେ ଭାରତ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଆଜି ଶତକ ହାସଲ କରିଛନ୍ତି କୁକ୍‌ । ଏହା ହେଉଛି ତାଙ୍କର ୩୩ତମ ଟେଷ୍ଟ ଶତକ । ସେହିପରି ଟେଷ୍ଟ କ୍ୟାରିଅର ଆରମ୍ଭ ଓ ଶେଷ ମ୍ୟାଚ୍‌ରେ ଶତକ ହାସଲ କରିଥିବା ବିଶ୍ୱର ପଞ୍ଚମ ଖେଳାଳି ହୋଇଛନ୍ତି ଆଲିଷ୍ଟର କୁକ୍‌ ।

cook2

ପୂର୍ବରୁ ରେଗିନାଲ୍ଡ ଡଫ୍‌, ଓ୍ଵିଲିୟମ୍‌ ଫୋନ୍ସଫୋର୍ଡ, ଜର୍ଜ ଚାପେଲ୍‌, ମହମ୍ମଦ ଆଝାରୁଦ୍ଦିନ ଟେଷ୍ଟ ପଦାର୍ପଣ ଓ ଅନ୍ତିମ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ଭାରତ ବିପକ୍ଷରେ ଆଲିଷ୍ଟର କୁକ୍‌ ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିଅର୍‌ ଆରମ୍ଭ କରିଥିଲେ । ସଂଯୋଗ ବଶତଃ ଟିମ୍‌ ଇଣ୍ଡିଆ ବିପକ୍ଷରେ ବି ନିଜ କ୍ୟାରିଅର୍‌ର ଶେଷ ମ୍ୟାଚ୍‌ ବି ଖେଳୁଛନ୍ତି । ୨୦୦୬ରେ ଭାରତ ବିପକ୍ଷରେ ନାଗପୁରରେ ଟେଷ୍ଟ ମ୍ୟାଚ୍‌ ଆରମ୍ଭ କରିଥିଲେ ଆଲିଷ୍ଟର କୁକ୍‌ । ସେତେବେଳେ ଅପରାଜିତ ୧୦୪ ରନ୍‌ ଇନିଂସ ଖେଳିଥିଲେ । ଏହି ମ୍ୟାଚ୍‌ ପରେ କ୍ରିକେଟକୁ ଅଲ୍‌ବିଦା କହିବା ପାଇଁ ପୂର୍ବରୁ ଘୋଷଣା କରିଥିଲେ ଆଲିଷ୍ଟର କୁକ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.