ବଢିଲା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଅଡୁଆ : ବିଜେଡିରୁ ବହିଷ୍କାର ପାଇଁ ନବୀନଙ୍କ ନିକଟରେ ଫେରାଦ

ଭୁବନେଶ୍ବର(କେନ୍ଯଜ୍) : ବଢିଲା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଅଡୁଆ । ତାଙ୍କୁ ଦଳରୁ ବହିଷ୍କାର କରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି । ଦାମ ଦଳ ବିରୋଧୀ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏପରିକି ଗତକାଲି ଏରସମା ଆଇବିରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ସହ ମିଶି ଦଳ ବିରୋଧରେ ଆଲୋଚନା କରିଥିଲେ ବୋଲି ଅଭିଯୋଗ କରିଛନ୍ତି ।

dama 2

ଟିଟୋ ଲିଙ୍କ୍‌ରେ ଗିରଫ ହୋଇଥିବା ବାପୁ ପରିଡା ସପକ୍ଷରେ ମତ ଦେଇଛନ୍ତି ଦାମୋଦର ରାଉତ । ଏହାସହ ଦଳୀୟ କର୍ମୀଙ୍କୁ ତାଙ୍କ ସମର୍ଥକ ଜୁଲମ କରୁଛନ୍ତି । ନବୀନଙ୍କ ବିରୋଧରେ ସେ କଟୁ ମନ୍ତବ୍ୟ ଦେଉଛନ୍ତି । ଲୋକସଭା ସାଂସଦ କୁଳମଣି ସାମଲଙ୍କୁ ପ୍ରଭାବିତ କରି ଜଗତସିଂହପୁର ଓ ନାଉଗାଁ ଅଂଚଳରେ କୌଣସି କାର୍ଯ୍ୟକଳାପରେ ସହଯୋଗ ନ କରିବାକୁ ସେ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଛି । ତେଣୁ ଜଗତସିଂହପୁର ଜିଲ୍ଲା ବିଜେଡିର ହିତ ଦୃଷ୍ଟିରୁ ତାଙ୍କୁ ଦଳରୁ ତୁରନ୍ତ ବହିଷ୍କାର ପାଇଁ ଅନୁରୋଧ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ବାଲିକୁଦା-ଏରସମା ବିଜେଡି ନେତା ଓ କର୍ମୀ ଫେରାଦ ହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି ଦାମୋଦର ରାଉତ । ସେ କହିଛନ୍ତି, ମତେ ମନ୍ତ୍ରୀ ଓ ଉପସଭାପତି ପଦରୁ ବହିଷ୍କାର କରାଯାଇଛି । ଜିଲ୍ଲା ପର୍ଯ୍ୟବେକ୍ଷକ ପଦରୁ ମଧ୍ୟ ବହିଷ୍କାର କରାଯାଇଛି । ଯଦି ଦଳରୁ ବହିଷ୍କାର କରିବାକୁ ଚାହୁଁଛନ୍ତି, କରନ୍ତୁ । ବହିଷ୍କାର କଲେବି ଅନ୍ୟ କୌଣସି ଦଳରେ ଯୋଗଦେବି ନାହିଁ । ଯେପର୍ଯ୍ୟନ୍ତ ଲୋକ ଚାହୁଁଥିବେ, ସେ ପର୍ଯ୍ୟନ୍ତ ଲଢ଼ିବି ବୋଲି ଦାମୋଦର ରାଉତ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.