Below header

ବିବାହ ପରେ ସୋନମଙ୍କ ଜଲୱା : ଟ୍ଵିଙ୍କଲ ଖାନ୍ନାଙ୍କ ବୁକ୍‌ ଲଞ୍ଚ ସହ ରାମ୍ପରେ ଦେଖାଦେଲେ ଅଭିନେତ୍ରୀ

ମୁମ୍ବାଇ : ଟ୍ଵିଙ୍କଲ ଖାନ୍ନାଙ୍କ ବୁକ୍‌ ଲଞ୍ଚ କଲେ ଅଭିନେତ୍ରୀ ସୋନମ କପୁର । ଏହାର ଇଭେଣ୍ଟରେ ଅକ୍ଷୟ କୁମାର, ରଣବୀର ସିଂ ଓ କରନ୍‌ ଜୋହର ପ୍ରମୁଖ ଯୋଗ ଦେଇଥିଲେ । ତାଙ୍କ ବୁକ୍‌ର ନାଁ ରହିଛି PYJAMAS ARE FORGIVING । ବୁକ୍‌ ଲଞ୍ଚ୍‌ ଇଭେଣ୍ଟରେ କାଫି ମସ୍ତି କରିଥିଲେ ରଣବୀର ସିଂ ଓ ଅକ୍ଷୟ କୁମାର । ପୂର୍ବରୁ ମଧ୍ୟ ଟ୍ଵିଙ୍କଲଙ୍କ ଦୁଇଟି ବହି ମିସେଜ ଫନିବୋନ୍‌ସ ଓ ଦି ଲିଜେଣ୍ଡ ଅଫ୍‌ ଲକ୍ଷ୍ମୀପ୍ରସାଦ ଚର୍ଚ୍ଚାରେ ରହିଛି । PYJAMAS ARE FORGIVING ର କାହାଣୀ ଜଣେ ମହିଳାଙ୍କ ଚାରିପାଖେ ବୁଲୁଛି । ଯିଏ କେରଳରେ ନିଜ ପୂର୍ବତନ ପ୍ରେମିକ ଓ ତାଙ୍କ ପତ୍ନିଙ୍କ ସହ ସମୟ ବିତାନ୍ତି । ପରେ ଏହା କିଭଳି ତାଙ୍କ ଜୀବନକୁ ପ୍ରଭାବିତ କରୁଛି । ଏଭଳି କିଛି ଡିଫରେଣ୍ଟ୍‌ କାହାଣୀ ରହିଛି PYJAMAS ARE FORGIVINGରେ ।

sonam

ବାହାଘର ପରେ ରାମ୍ପକୁ ଓହ୍ଲାଇଲେ ସୋନମ କପୁର। ଦିଲ୍ଲୀରେ ଏକ ଜ୍ୱେଲାରୀ ଫ୍ୟାଶନ ଶୋରେ ରାମ୍ପରେ ଜଲୱା ଦେଖାଇଥିଲେ ସୋନମ। ଏହି ଇଭେଣ୍ଟରେ ସୋନମଙ୍କ ସହ ପତି ଆନନ୍ଦ ଆହୁଜା ମଧ୍ୟ ନଜର ଆସିଥିଲେ। ସୋନମ ଓ ଆନନ୍ଦଙ୍କ ଭିତରେ ଦେଖିବାକୁ ମିଳିଥିଲା କ୍ୟୁଟ କେମେଷ୍ଟ୍ରି। ବ୍ୟାକଷ୍ଟେଜ ସୋନମଙ୍କ ଦୁପଟା ସଜାଡୁଥିବା ବେଳେ ସ୍ପଟ ହୋଇଥିଲେ ଆନନ୍ଦ। ହେଭି ଜୁଏଲେରୀ ଓ ଟ୍ରାଡିସନାଲ ଗେଟ୍‌ ଅପରେ ସୋନମ୍‌ ବେଶ୍‌ ସୁନ୍ଦର ଦେଖାଯାଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.