Below header

ଟପ୍‌ ୫ ବ୍ୟାଟର ବାଛିଲେ ଅଷ୍ଟ୍ରେଲିଆ କ୍ରିକେଟର ସେନ ଓ୍ଵାର୍ଣ୍ଣ, ଏହି ଭାରତୀୟ ଖେଳାଳିଙ୍କୁ ମିଳିଲା ସ୍ଥାନ

କ୍ରିକେଟ ଜଗତର ଜଣାଶୁଣା ସ୍ପିନର ସେନ ଓ୍ଵାର୍ଣ୍ଣ ନିଜ ପସନ୍ଦର ଟପ୍‌ ୫ ଟେଷ୍ଟ ବ୍ୟାଟରଙ୍କ ନାମ ରଖିଛନ୍ତି। ସେନ ଓ୍ଵାର୍ଣ୍ଣଙ୍କ ଏହି ଲିଷ୍ଟରେ ଭାରତର ଟେଷ୍ଟ ଟିମ୍‌ ଅଧିନାୟକ ବିରାଟ କୋହଲିଙ୍କ ନାମ ମଧ୍ୟ ରହିଛି। ତାଲିକାରେ ୪ ନମ୍ବର ସ୍ଥାନରେ ବିରାଟ କୋହଲି ଙ୍କ ନାମ ରହିଥିବା ବେଳେ ପ୍ରଥମରେ ଅଛନ୍ତି ଷ୍ଟିଭ୍‌ ସ୍ମିଥ୍‌ । ଇଂଲଣ୍ଡ କ୍ୟାପଟେନ୍‌ ଜୋ ରୁଟ୍‌ ଦ୍ୱିତୀୟରେ ଅଛନ୍ତି । ତୃତୀୟରେ ନ୍ୟୁଜିଲାଣ୍ଡର କେନ୍‌ ଓ୍ଵିଲିୟମସନ୍‌ ଅଛନ୍ତି ।

ସ୍ମିଥଙ୍କ ନାମରେ ଟେଷ୍ଟ କ୍ରିକେଟରେ ୭ ହଜାରରୁ ଅଧିନ ରନ୍‌ କରିଥିବା ରେକର୍ଡ ରହିଛି। ଆଉ ସମସ୍ତ ପରିସ୍ଥିତିରେ ମଧ୍ୟ ସେ ବୋଲରଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରିଛନ୍ତି। ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡର ଟେଷ୍ଟ ଅଧିନାୟକ ତଥା ବ୍ୟାଟସମ୍ୟାନ ଜୋ ରୁଟ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିଥିଲେ। ପୁଣି ଏହି ବର୍ଷ ହିଁ ଭାରତ ବିପକ୍ଷରେ ୩ଟି ଶତକ କରିଛନ୍ତି ରୁଟ୍‌।

 

View this post on Instagram

 

A post shared by Fox Cricket (@foxcricket)

ସେନ ଓ୍ଵାର୍ଣ୍ଣଙ୍କ ତାଲିକାରେ ବିରାଟ କୋହଲି ତଳକୁ ଖସିଛନ୍ତି । ୨୦୧୯ରେ କୋହଲି ଶେଷ ଶତକ ହାସଲ କରିଥିଲେ । ଏହାପରେ ନ୍ୟୁଜିଲାଣ୍ଡ ସିରିଜରେ ୫୦ ପ୍ଲସ କରିବାରେ ବିଫଳ ହୋଇଥିଲେ । ଏଥିପାଇଁ ସେ କୋହଲିଙ୍କୁ ଡ୍ରପ୍‌ କରିଛନ୍ତି । ଅଷ୍ଟ୍ରେଲିଆର ମାର୍ନୁସ ଲାବୁସାଗ୍ନେ ପଞ୍ଚମ ସ୍ଥାନରେ ଅଛନ୍ତି । ଏହି ତାଲିକାରେ କୋହଲି ଜଣେ ମାତ୍ର ଭାରତୀୟ ବ୍ୟାଟର ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.