୭ ମାସ ପରେ ଶିରିଡ ସାଇମନ୍ଦିରରେ ଭକ୍ତଙ୍କୁ ମିଳିବ ବାବାଙ୍କ ଲଡୁ, କିନ୍ତୁ ଦେବାକୁ ପଡିବ ପଇସା

ଶିରିଡି ସାଇବାବା ଭକ୍ତଙ୍କ ପାଇଁ ଖୁସି ଖବର। ଭକ୍ତଙ୍କୁ ଆଉ ନିରାଶ ହେବାକୁ ପଡିବ ନାହିଁ। ବାବାଙ୍କୁ ଦର୍ଶନ କରିବା ସହିତ ଭକ୍ତଙ୍କୁ ମିଳିବ ପ୍ରସାଦ। କରୋନା ଯୋଗୁଁ ଦୀର୍ଘ ୭ମାସର ବ୍ୟବଧାନ ପରେ ମନ୍ଦିର ପରିସରରେ ଭକ୍ତଙ୍କ ପାଇଁ ପେଡା ଲଡୁ(ପ୍ରସାଦ) ବିକ୍ରୟ ଆରମ୍ଭ କରିଛି ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ (SSST) ପୁନଃ ଆରମ୍ଭ କରିଛି । ତଥାପି ବାବାଙ୍କୁ ଦର୍ଶନ କରିବା ପରେ ଭକ୍ତମାନଙ୍କୁ ମିଳୁଥିବା ଲଡୁ(ପ୍ରସାଦ)ର ମାଗଣା ବଣ୍ଟନ ଏପର୍ଯ୍ୟନ୍ତ ଆରମ୍ଭ କରାଯାଇନାହିଁ।

ସଂସ୍ଥାର କର୍ତ୍ତୃପକ୍ଷ ଏକ ବିବୃତ୍ତିରେ କହିଛନ୍ତି ଯେ, ବାବାଙ୍କ ପ୍ରସାଦ ବା ଲଡୁ ବର୍ତ୍ତମାନ ମନ୍ଦିର ପରିସରରେ ଥିବା କାଉଣ୍ଟରରେ ମିଳିବ। ଗୋଟିଏ ପ୍ୟାକେଟର ମୂଲ୍ୟ ୨୫ ଟଙ୍କା ରହିଛି। ଆମେ ଏହା ମଧ୍ୟ ସୁନିଶ୍ଚିତ କରୁଛୁ ଯେ କାଉଣ୍ଟରରେ ଅଧିକ ଭିଡ଼ ନାହିଁ।

ଚଳିତ ବର୍ଷ ଏପ୍ରିଲରେ ମହାମାରୀର ଦ୍ୱିତୀୟ ଲହର ପରେ ମନ୍ଦିର ବନ୍ଦ ହେବାପରେ SSST ପରିଚାଳନା ଲଡୁ ବଣ୍ଟନ ଏବଂ ମାଗଣା ବଣ୍ଟନ ବନ୍ଦ କରିଦେଇଥିଲା । ଯାହାକୁ ଏବେ ୭ ମାସ ପରେ ଭକ୍ତ ପାଇପାରିବେ।

ସୂଚନାଯୋଗ୍ୟ, କରୋନା ଯୋଗୁଁ କିଛି ମାସ ବାବାଙ୍କ ଦର୍ଶନ ବନ୍ଦ ରହିବା ସହିତ ପ୍ରସାଦ ମଧ୍ୟ ବନ୍ଦ ରହିଥିଲା। ପରେ ବାବାଙ୍କ ଦର୍ଶନ ମିଳିବାକୁ ଅନୁମତି ମିଳିଥିବା ବେଳେ ପ୍ରସାଦ ବଣ୍ଟନକୁ ଅନୁମତି ମିଳିନଥିଲା। ଫଳରେ ଲକ୍ଷ ଲକ୍ଷ ଭକ୍ତ ବାବାଙ୍କୁ ଦର୍ଶନ କରୁଥିଲେ ସତ କିନ୍ତୁ ପ୍ରସାଦ ନ ମିଳିବାରୁ ନିରାଶ ହୋଇ ଫେରୁଥିଲେ। କିନ୍ତୁ ଯେଉଁ ପ୍ରସାଦ ମାଗଣା ମିଳୁଥିଲା ଏବେ ଏହି ଲଡୁ ପାଇଁ ପଇସା ଦେବାକୁ ପଡିବ ବୋଲି ମନ୍ଦିର ଟ୍ରଷ୍ଟ କହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.