Below header

ପୁଣି ଥରେ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ହେଲେ ମହେନ୍ଦ୍ର ସିଂ ଧୋନି

ମହେନ୍ଦ୍ର ସିଂହ ଧୋନି ପୁଣି ଥରେ ଚେନ୍ନାଇ ସୁପରକିଙ୍ଗସର କ୍ୟାପଟେନସିପ ଦାୟିତ୍ୱ ନେଇଛନ୍ତି । ସୂଚନା ମୁତାବକ ରବୀନ୍ଦ୍ର ଜାଡେଜା ସିଏସକେ ଅଧିନାୟକ ପଦ ଛାଡିବା ପରେ ଧୋନିଙ୍କୁ ପୁଣି ଥରେ ଦାୟିତ୍ୱ ନେବା ପାଇଁ ଅପିଲ କରିଥିଲେ । ଜାଡେଜାଙ୍କ ଅପିଲକୁ ଖଣ୍ଡନ ନକରି ପାରି ମାହି ପୁଣି ଥରେ ଦାୟିତ୍ୱ ନେଇଥିବା ଜଣାଯାଇଛି । କହିରଖିବା ଉଚିତ ହେବକି, ଚଳିତ ବର୍ଷ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ହିଁ ଧୋନି ନିଜେ ଜାଡେଜାଙ୍କୁ ଚେନ୍ନାଇର କ୍ୟାପିଟେନସିପ ଦାୟିତ୍ୱ ଦେଇଥିଲେ । କିନ୍ତୁ ଚଳିତ ସିଜିନ୍ ରେ ସିଏସକେର ପରଫରମନ୍ସ ସେତେଟା ଭଲ ନଥିଲା । ଖାଲି ସେତିକି ନୁହେଁ ଜାଡେଜାଙ୍କ ବ୍ୟାଟିଂ ବି ସେତେଟା ଭଲ ନଥିଲା । ନିଜ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବା ପାଇଁ ଜାଡେଜା ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଜାଡେଜାଙ୍କ ଅନୁରୋଧ ରକ୍ଷା କରି ଆଉ ଦଳର ହିତ ଦୃଷ୍ଟିରୁ ଧୋନି ପୁଣିଥରେ କ୍ୟାପଟେନ ସିପ ଦାୟିତ୍ୱ ନେଇଥିବା ଜଣାଯାଇଛି ।

ଜାଡେଜାଙ୍କ ପରଫରମନ୍ସକୁ ଦେଖିଲେ ଏହି ଅଲ୍ରାଉଣ୍ଡର ଜଣଙ୍କ ଏବେ ଯାଏଁ 8ଟି ମ୍ୟାଚରୁ ୧୧୨ ରନ ସ୍କୋର କରିଛନ୍ତି । ଯେବେକି ମାତ୍ର ୫ ଟି ଵିକେଟ ନିଜ ନାଁରେ କରିଛନ୍ତି । ଉଭୟ ବୋଲିଂଗ ଓ ବ୍ୟାଟିଙ୍ଗରେ ଖରାପ ପ୍ରଦର୍ଶନ କରିବା ପରେ ଜାଡେଜା କ୍ୟାପଟେନସିପରୁ ନିଜକୁ ଦୁରେଇ ରଖିଛନ୍ତି ।

କହିରଖିବା ଉଚିତ ହେବକି ଧୋନିଙ୍କ କ୍ୟାପଟେନସିପରେ ସିଏସକେ ୪ ଥର ଆଇପିଏଲ ଟାଇଟଲ ନିଜ ନାଁରେ କରିଛି । ଚଳିତ ସିଜିନ୍ ରେ ଖେଳିଥିବା ୮ଟି ମ୍ୟାଚ ମଧ୍ୟରୁ ମାତ୍ର ୨ଟିରେ ଜିତିବା ପାଇଁ ସକ୍ଷମ ହୋଇଛି । ପଏଣ୍ଟ ଟେବଲରେ ୯ ନମ୍ବର ସ୍ଥାନରେ ଅଛି ସିଏସକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.