Below header

ଇମ୍ପାକ୍‍ଟ ରାଙ୍କିଙ୍ଗ ୨୦୨୨: ଅସମାନତା ହ୍ରାସ କ୍ଷେତ୍ରରେ କିଟ୍‍ ବିଶ୍ୱରେ ୮ମ ସ୍ଥାନ ହାସଲା କଲା

ଭୁବନେଶ୍ୱର(କେନ୍ୟୁଜ୍): ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ- ଅସମାନତା ଦୂର କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱରେ ୮ମ ସ୍ଥାନରେ ରହିଛି । ନିକଟରେ ପ୍ରକାଶ ପାଇଥିବା ଟାଇମ୍‍ସ ହାଇଅର ଏଜୁକେସନ୍‍ର ଇମ୍ପାକ୍‍ଟ ରାଙ୍କିଙ୍ଗରେ କିଟ୍‍ ବିଶ୍ୱବିଦ୍ୟାଳୟକୁ ଏହି ରାଙ୍କ ପ୍ରଦାନ କରାଯାଇଛି । ପ୍ରତିବର୍ଷ ‘ଟାଇମ୍‍ସ ହାଇଅର ଏଜୁକେସନ୍‍’ ବିଶ୍ୱବିଦ୍ୟାଳୟ ରାଙ୍କ ବ୍ୟତୀତ ଅନ୍ୟାନ୍ୟ ବର୍ଗରେ ବିଶ୍ୱବିଦ୍ୟାଳୟର ରାଙ୍କିଙ୍ଗ କରିଥାନ୍ତି । ସେଥିମଧ୍ୟରୁ ଅନ୍ୟତମ ପ୍ରମୁଖ ହେଉଛି ଇମ୍ପାକଟ ରାଙ୍କିଙ୍ଗ । ଏଥିରେ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ କାର୍ଯ୍ୟକାରୀ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଯୋଗଦାନର ମୂଲ୍ୟାୟନ କରାଯାଇ ରାଙ୍କିଙ୍ଗ ପ୍ରଦାନ କରାଯାଇଛି ।

ଗବେଷଣା, ପରିଚାଳନା, ଆଉଟରିଚ୍‍ ଏବଂ ଗୁଣାତ୍ମକ ଶିକ୍ଷାଦାନ ଆଦି ମାପଦଣ୍ଡ ଆଧାରରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥାୟୀ ବିକାଶ ଲକ୍ଷ୍ୟ କ୍ଷେତ୍ରରେ କେତେ ଯୋଗଦାନ ରହିଛି ତାହା ମୂଲ୍ୟାୟନ କରାଯାଇ ରାଙ୍କିଙ୍ଗ ପ୍ରଦାନ କରାଯାଇଛି । ଚଳିତବର୍ଷ ଏହି ରାଙ୍କିଙ୍ଗରେ ଅସମାନତା ହ୍ରାସ କରିବା ପ୍ରଭାବ କ୍ଷେତ୍ରରେ ସମଗ୍ର ବିଶ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ୮ମ ସ୍ଥାନରେ ରହିଥିବା ବେଳେ ଜାତିସଂଘର ଅନ୍ୟାନ୍ୟ ବିକାଶ ଲକ୍ଷ୍ୟ ଯଥା ଗୁଣାତ୍ମକ ଶିକ୍ଷା, ଶାନ୍ତି, ନ୍ୟାୟ ଓ ପାର୍ଟନରସିପ ଆଦି କ୍ଷେତ୍ରରେ କିଟ୍‍ ୧୦୧+ ମଧ୍ୟରେ ରହିଛି । ସାମଗ୍ରିକ ଭାବେ ବିଶ୍ୱର ୧୦୬ଟି ଦେଶର ୧୫ଶହରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ ୨୦୧+ ସ୍ଥାନରେ ରହିଛି ।

ଏହି ତାଲିକାରେ ହାତଗଣତି ଭାରତୀୟ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଥିବା ବେଳେ କିଟ୍‍ ଭାରତରେ ୮ମ ସ୍ଥାନରେ ରହିଛି । କିଟ୍‍ର ଏହି ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି, କିଟ୍‍ ଶିକ୍ଷାଦାନ ଓ ଗବେଷଣା ସହ ଦୀର୍ଘ ୨୫ବର୍ଷ ହେଲା ସମାଜଭିତ୍ତିକ ଅନେକ କାର୍ଯ୍ୟ କରିଆସୁଛି; ଯାହାର ପରିଣାମ ସ୍ୱରୂପ ଅସମାନତା ଦୂର କରିବାରେ କିଟ୍‍କୁ ୮ମ ସ୍ଥାନ ମିଳିଛି । ଏକ ସାମାଜିକ ଦାୟିତ୍ୱବୋଧ ଭିତ୍ତିକ ବିଶ୍ୱବିଦ୍ୟାଳୟ ଭାବେ ଆରମ୍ଭରୁ ଶିକ୍ଷା ମାଧ୍ୟମରେ ସମାଜରୁ ଦାରିଦ୍ର୍ୟ ଦୂର କରିବା, ମହିଳା ସଶକ୍ତିକରଣ, ଗ୍ରାମ୍ୟ ବିକାଶ, ଜନଜାତିଙ୍କ ଉତ୍‍ଥାନ, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ କିଟ୍‍ କାର୍ଯ୍ୟ କରିଆସୁଛି ।

ଏହି ସଫଳତା ପାଇଁ ଶ୍ରୀ ସାମନ୍ତ କିଟ୍‍ କୁଳାଧିପତି ପ୍ରଫେସର ବେଦ ପ୍ରକାଶ, କୁଳପତି ପ୍ରଫେସର ସସ୍ମିତା ସାମନ୍ତଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅପରପକ୍ଷରେ ଅସମାନତା ଦୂର କରିବାରେ କିଟ୍‍ ବାସ୍ତବରେ ବ୍ୟାପକ କାମ କରିଆସୁଛି ବୋଲି କିଟରେ ଅଧ୍ୟୟନରତ ଛାତ୍ରଛାତ୍ରୀ, ଅଧ୍ୟାପନା କରୁଥିବା ଅଧ୍ୟାପକ ଅଧ୍ୟାପିକାମାନେ ଓ କର୍ମଚାରୀମାନେ ମତ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.