ଧର୍ମାନୁଷ୍ଠାନ ମାନଙ୍କରୁ ୪୫ହଜାରରୁ ଉର୍ଦ୍ଧ୍ବ ସଂଖ୍ୟକ ଲାଉଡ଼ସ୍ପିକର ହଟାଇଲେ ୟୁପି ସରକାର

ଉତ୍ତର ପ୍ରଦେଶର ବିଭିନ୍ନ ଧର୍ମାନୁଷ୍ଠାନ ମାନଙ୍କରୁ ୪୫ ହଜାର ୭୭୩ ସଂଖ୍ୟକ ଲାଉଡ଼ ସ୍ପିକରକୁ କଢ଼ା ଯାଇଛି । ଏକ ସମ୍ବାଦ ସରବରାହ ସଂସ୍ଥାକୁ ସୂଚନା ଦେବା ସମୟରେ ଉତ୍ତରପ୍ରଦେଶ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତିଯେ, ୪୫ ହଜାର ୭୭୩ ସଂଖ୍ୟକ ଲାଉଡ଼ ସ୍ପିକର କଢ଼ା ଯାଇଥିବା ବେଳେ ୫୮ ହଜାର ୮୬୧ ସଂଖ୍ୟକ ଲାଉଡ଼ ସ୍ପିକରରୁ ସାଉଣ୍ଡ ଲେବଲକୁ କମାଇ ଦିଆଯାଇଛି । ଉତ୍ତରପ୍ରଦେଶର ଯୋଗୀ ଅଦିତ୍ୟନାଥ ସରକାର ଧର୍ମାନୁଷ୍ଠାନ ମାନଙ୍କରୁ ବେଆଇନ ଲାଉଡ଼ସ୍ପିକର କଢ଼ାଯିବା ନେଇ ନିର୍ଦ୍ଦେଶ ଦେବାର ଦିନକ ପରେ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ଏହି ନିର୍ଦେଶ ଜାରି ହେବା ପୂର୍ବରୁ ବି ଯୋଗୀ ସରକାର ଏହାକୁ ନେଇ ଆଉ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହି ମାସ ଆରମ୍ଭରେ ଧର୍ମାନୁଷ୍ଠାନର ଲାଉଡ଼ସ୍ପିକରର ସାଉଣ୍ଡକୁ ନିୟନ୍ତ୍ରଣରେ ରଖିବା ନେଇ ନିର୍ଦ୍ଦେଶ ଦେଇଥିଲେ ଯୋଗୀ ସରକାର ।

ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛିଯେ ସମସ୍ତ ଧର୍ମାନୁଷ୍ଠାନ ମୁଖିଆ ମାନଙ୍କ ସହିତ କଥା ହୋଇ ବେଆଇନ ଲାଉଡ଼ସ୍ପିକର ଗୁଡିକୁ ହଟାଇ ଦେବା ପାଇଁ କିମ୍ବା ଏଗୁଡିକର ଶବ୍ଦକୁ କମ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେବେକି ଚଳିତ ମାସ ୧୩ ତାରିଖରେ ମହାରାଷ୍ଟ୍ର ନବନିର୍ମାଣ ସେନା ବା ଏମଏନଏସ ମୁଖ୍ୟ ରାଜ ଠାକରେ ମହାରାଷ୍ଟ୍ର ସରକାରଙ୍କୁ ମସଜିଦ ଗୁଡ଼ିକରୁ ଲାଉଡ଼ସ୍ପିକରକୁ ହଟାଇ ଦେବା ପାଇଁ ଏକ ଚିଠି ଲେଖିଥିଲେ । ମେ ୩ ତାରିଖ ପୂର୍ବରୁ ପଦକ୍ଷେପ ନେବା ପାଇଁ ଏମଏନଏସ ପକ୍ଷରୁ କୁହାଯାଇଥିଲା । ରାଜ୍ୟର ଅନ୍ୟ ନେତା ମାନେ ବି ଏମଏନଏସ ମୁଖ୍ୟଙ୍କ ସପୋର୍ଟରେ ବାହାରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.