ଆଜି ଠାରୁ କରନ୍ତୁ ତୁଳସୀର ଏହି ଉପାୟ, ପାଇବେ ମନ ବାଂଛିତ ଫଳ, ଦୂର ହେବ ସମସ୍ତ ଅସୁବିଧା

ହିନ୍ଦୁ ଧର୍ମରେ ତୁଳସୀର ଗଛକୁ ବହୁତ ପବିତ୍ର ମନାଯାଇଥାଏ | ତୁଳସୀର ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ସମସ୍ତ ଅସୁବିଧା ଦୂର ହୋଇ ଘରେ ସୁଖ ସମୃଦ୍ଧି ବିରାଜମାନ କରିଥାଏ | ତୁଳସୀ ବିଷ୍ଣୁ ଭଗବାନଙ୍କ ବହୁତ ପ୍ରିୟ ହୋଇଥାଏ | ମାନ୍ୟତା ରହିଛି ତୁଳସୀ ପତ୍ର ବିନା ବିଷ୍ଣୁ ଭଗବାନଙ୍କ ପୂଜା ଅଧୁରା ରହିଥାଏ |

ବିନା ତୁଳସୀରେ ବିଷ୍ଣୁ ଭଗବାନଙ୍କ ଭୋଗ ଲାଗିନଥାଏ | ଆସନ୍ତୁ ଜାଣିବା ତୁଳସୀର ଏମିତି କିଛି ଉପାୟ ଯାହାଦ୍ୱାରା ଜୀବନ ସୁଖରେ କାଟିବା ସହ ସବୁ ମନସ୍କାମନା ପୁର୍ଣ ହୋଇଥାଏ |

ତୁଳସୀ ଦ୍ୱାରା କରାଯିବା ଉପାୟ :

1. ରବିବାର ଦିନ ତୁଳସୀ ବୃକ୍ଷରେ ଦୁଧ ଚଢ଼ାଇବା ସହ ଦୀପ ଜଳାନ୍ତୁ | ଏମିତି କରିବା ଦ୍ୱାରା ଘରେ ସର୍ବଦା ଦେବୀ ମା’ ଲକ୍ଷ୍ମୀଙ୍କ କୃପା ଲାଗି ରହିଥାଏ | ଘରେ ସର୍ବଦା ସୁଖଶାନ୍ତି ଲାଗି ରହିଥାଏ |

2. ଝିଅର ବିବାହରେ ଅସୁବିଧା ଲାଗି ରହୁଛି କିମ୍ବା ବାର ବାର ବିବାହ ଭାଙ୍ଗି ଯାଉଛି ତେବେ ଝିଅ ହାତରେ ନିୟମିତ ତୁଳସୀରେ ଜଳ ଚଢାନ୍ତୁ | ଜଳ ଚଢାଇବା ପରେ ଝିଅ ତୁଳସୀ ବୃକ୍ଷ ଆଗରେ ହାତ ଯୋଡି ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରନ୍ତୁ |

3. ଘରର ଦକ୍ଷିଣ-ପୂର୍ବ ଦିଗରେ ତୁଳସୀ ଗଛ ଲଗାଇ ନିୟମିତ ଜଳ ଚଢାନ୍ତୁ ଓ ଘିଅ ଦୀପ ଜଳାନ୍ତୁ | ଏମିତି କରିବା ଦ୍ୱାରା ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ |

4. ବ୍ୟବସାୟରେ ହାନି ହେଉଛି ତ ସବୁ ଶୁକ୍ର ବାରରେ ତୁଳସୀ ଗଛରେ କଞ୍ଚା ଦୁଧ ଅର୍ପିତ କରି ମିଠା ଭୋଗ ଲଗାନ୍ତୁ | ପ୍ରସାଦକୁ କୌଣସି ସଧଵା ନାରୀଙ୍କୁ ଦାନ କରନ୍ତୁ, ଲାଭ ମିଳିବ |

5. ଲୋଟା ପୁର୍ଣ ଜଳରେ 4 କିମ୍ବା 5 ଟି ତୁଳସୀ ପତ୍ର ପକାନ୍ତୁ | ଏହାକୁ ଦିନ-ରାତି 24 ଘଣ୍ଟା ରଖି ଦିଅନ୍ତୁ | ପର ଦିନ ଏହି ଜଳକୁ ସ୍ନାନ ପରେ ଘରର ମୁଖ୍ୟ ଦ୍ୱାର ସହ ପୁରା ଘରେ ଛିଞ୍ଚନ୍ତୁ | ଏହାଦ୍ୱାରା ସବୁ ବାଧା ଦୂର ହେବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.