Below header

୪୭ ବର୍ଷରେ ପାଦ ଦେଲେ ମାଷ୍ଟର ବ୍ଲାଷ୍ଟର : ନିଜ ଜନ୍ମଦିନକୁ ନ ପାଳି କରୋନା ଯୋଦ୍ଧାଙ୍କ ପାଇଁ ଜଣାଇଲେ କୃତଜ୍ଞତା

କ୍ରିକେଟ ଜଗତର ପିତାମହ କହିଲେ ମଧ୍ୟ ତାଙ୍କୁ ଅତ୍ୟୁକ୍ତି ହେବ ନାହିଁ । କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଳକର ୪୭ ବର୍ଷରେ ପଦାର୍ପଣ କରିଛନ୍ତି । କିନ୍ତୁ ଏବର୍ଷ ସଚିନ ଜନ୍ମଦିନ ପାଳିବେ ନାହିଁ ବୋଲି ପୂର୍ବରୁ କହିଛନ୍ତି । ଭାରତରେ କୋଭିଡ-୧୯ ମହାମାରୀ ବିରୋଧରେ ଲଢେଇ ଜାରି ରଖିଥିବା କର୍ମୀଙ୍କୁ ସମ୍ମାନ ଜଣାଇ ସେ ଏପରି ନିଷ୍ପତ୍ତି ନେଇଛନ୍ତି । କାର୍ଯ୍ୟରତ ଡାକ୍ତରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଜରୁରୀ କାଳୀନ ସେବାରେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହାର ଶ୍ରେଷ୍ଠ ଶ୍ରଦ୍ଧାଞ୍ଚଳି ବୋଲି ସେ କହିଛନ୍ତି । ଏହାଛଡା ସଚିନ ପ୍ରଧାନମନ୍ତ୍ରୀ ରିଲିଜ ପାଣ୍ଡକୁ ୫୦ ଲକ୍ଷ ଟଙ୍କା ଦାନ କରିସାରିଛନ୍ତି ।

tendulkar

୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ମୁମ୍ବାଇର ନିର୍ମଳା ନର୍ସିଂ ହୋମରେ ଜନ୍ମଗ୍ରହଣ କରିଥିଲେ ସଚିନ । ମାତ୍ର ୧୧ ବର୍ଷ ବୟସରୁ କ୍ରିକେଟ ଜଗତରେ ପାଦ ରଖିଥିଲେ ସଚିନ । ମାତ୍ର ୧୬ ବର୍ଷ ବୟସରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପାଦ ରଖିଥିବା ସେହି ଛୋଟ ସଚିନ୍ ୪୦ ବର୍ଷର ହେବା ପରେ ହିଁ ନିଜ ବ୍ୟାଟକୁ ଦେଇଥିଲେ ଆରାମ୍ । କେବେ ଥକି ନଥିବା ଏହି ଯାତ୍ରା ସମୟରେ ସଚିନ୍ ଏତେ ଇତିହାସ ରଚିଯାଇଛନ୍ତି ଯେ ତାଙ୍କୁ ‘କ୍ରିକେଟର ଭଗବାନ୍’ ବୋଲି କୁହାଯାଏ ।

cricket

୨୪ ଫେବ୍ରୁଆରୀ ୧୯୮୮ରେ ଛୋଟ ସଚିନ୍ ଚର୍ଚ୍ଚାର ଶିରୋନାମା ପାଲଟିଯାଇଥିଲେ, ଆଉ ପୁରା ବିଶ୍ୱ ତାଙ୍କୁ କରିଥିଲା ପ୍ରଶଂସା । ଏହି ଦିନ ସଚିନ୍ ନିଜ ପିଲାବେଳର ବନ୍ଧୁ ବିନୋଦ୍ କାମ୍ବଲୀଙ୍କ ସହ ପାର୍ଟନରସିପରେ ହେରିଶ୍ ଶିଲ୍ଡର ସେମିଫାଇନାଲ୍ ୬୬୪ରନ୍ କରିଥିଲେ । ଏହି ପାର୍ଟନରସିପରେ ସଚିନ୍ ୩୨୬ ଏବଂ କାମ୍ବଲୀ ୩୪୯ ରନ୍ କରିଥିଲେ । ସେତେବେଳେ କାମ୍ବଲୀଙ୍କୁ ୧୬ ବର୍ଷ ଏବଂ ସଚିନଙ୍କୁ ୧୪ ବର୍ଷ ହୋଇଥିଲା । ଏହି ପାର୍ଟନରସିପ୍ କୌଣସି ବି କ୍ରିକେଟ୍ ପାଇଁ କୌଣସି ବି କ୍ରିକେଟର ଶ୍ରେଣୀ ପାଇଁ ସବୁଠାରୁ ବଡ଼ ପାର୍ଟନରସିପ୍ ଥିଲା । ସଚିନ୍ – କାମ୍ବଲୀଙ୍କ ଯୋଡି ଅଷ୍ଟ୍ରେଲିଆ ଯୋଡି ଟି ପେଟନ୍ ଏବଂ ଏନ୍ ରିପନଙ୍କ ଯୋଡିକୁ କରିଦେଇଥିଲା ଧ୍ବସ୍ତ । ସଚିନ ମଡିୟମ ପେସ, ଅଫ ସ୍ପିନ, ଲେଗ ସ୍ପିନ ସବୁପ୍ରକାର ବୋଲିଂ କରିବାରେ ମାହିର ଥିଲେ । ଯେତେବେ ବି ଟିମ୍‍ ଇଣ୍ଡିଆକୁ କୌଣସି ଉଇକେଟ ଦରକାର ହୋଇଥାଏ ,ସେତେବେଳେ ସଚିନଙ୍କୁ ବୋଲିଂର ଦାୟିତ୍ୱ ଦିଆଯାଏ ।

sachin

୧୯୮୯ରେ ମାତ୍ର ୧୬ ବର୍ଷ ବୟସରେ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ହାଫ୍ ସେଞ୍ଚୁରୀ (୫୯) ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ବିରୋଧରେ ସଚିନ୍ ୨୦୦ରନର ଏକ ଦମଦାର ଇନିଂସ୍ ଖେଳି ୱାନ୍ ଡେ କ୍ରିକେଟର ୩୯ ବର୍ଷର ଇତିହାସରେ ପ୍ରଥମ ଡବଲ୍ ସେଞ୍ଚୁରୀ ଲଗାଇଥିଲେ । ସଚିନ୍ ୨୪ ମେ ୧୯୯୫ ରେ ଅଞ୍ଜଳୀଙ୍କୁ ବିବାହ କରିଥିଲେ ସଚିନ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.