ମାନବିକତା ଦେଖାଇଲେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, ନିଜ ଘରୋଇ ସହାୟିକା ଭାବେ କାମ କରୁଥିବା ଜଣେ ଓଡ଼ିଆଙ୍କର କଲେ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କ ମହାନତା । କରୋନା ବେଳେ ମାନବିକତା ଦେଖାଇଲେ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଦିଲ୍ଲୀରେ ନିଜ ଘରୋଇ ସହାୟିକା ଭାବେ କାମ କରୁଥିବା ଜଣେ ଓଡ଼ିଆଙ୍କ ଅନ୍ତିମ ସଂସ୍କାର କରିଛନ୍ତି । ମୃତ ମହିଳା ଜଣଙ୍କ ଯାଜପୁର ବ୍ୟାସନଗର ପୌରାଞ୍ଚଳ କୁସୁନପୁର ଗାଁର ସରସ୍ୱତୀ ପାତ୍ର । ଲକ୍‌ଡାଉନ୍‌ ଯୋଗୁଁ ସରସ୍ୱତୀଙ୍କ ମରଶରୀର ନିଜ ଗାଁ ଯାଜପୁରକୁ ଆସିନପାରିବାରୁ ଗୌତମ ନିଜେ ତାଙ୍କ ଅନ୍ତିମ ସଂସ୍କାର କରିଛନ୍ତି । କିଛି ବର୍ଷ ହେବ ସରସ୍ୱତୀ ଡାଇବେଟିସ୍‌ ରୋଗରେ ଆକ୍ରାନ୍ତ ଥିଲେ । ୬ ବର୍ଷ ହେବ ସରସ୍ୱତୀ ଗୌତମଙ୍କ ଘରେ ରହି ସହାୟିକା ଭାବେ କାମ କରିଆସୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.