Below header

ମହମ୍ମଦ ସାମିଙ୍କ ପତ୍ନୀ ‘କାଣ୍ଟା ଲଗା’ ଗୀତରେ କଲେ ଡ୍ୟାନ୍ସ, ଫ୍ୟାନ୍‌ କହିଲେ ଘରକୁ ଯାଇ ସ୍ୱାମୀଙ୍କୁ କ୍ଷମା ମାଗିନିଅ

ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ମହମହ ସାମୀ ଏବଂ ତାଙ୍କ ପତ୍ନୀ ହସିନ ଜହାଁଙ୍କ ମଧ୍ୟରେ ବିବାଦ ବହୁତ ପୁରୁଣା। ନିକଟରେ ସାମି ଇନଷ୍ଟାଗ୍ରାମରେ ରୋହିତ ଶର୍ମାଙ୍କ ସହିତ ଲାଇଭ ଚାଟ କରିଥିଲେ, ଯେଉଁଥିରେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା କହିଥିଲେ। ଏହି ସମୟରେ ସାମି କହିଥିଲେ କି, ତାଙ୍କ ଜୀବନରେ ଅନେକ ସମସ୍ୟା ରହିଛି, ଏଥିପାଇଁ ସେ ତିନି ଥର ଆତ୍ମହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ।

 

View this post on Instagram

 

#hasinjahanfam #hasinjahan😃😃💃💃

A post shared by hasin jahan (@hasinjahanofficial) on

ସୂଚନାଯୋଗ୍ୟ, ଏବେ ସାମି ଏବଂ ହସିନ ଦୁହେଁ ଅଲଗା ଅଲଗା ରହୁଛନ୍ତି ଏବଂ ଦୁହେଁ ନିଜ ନିଜ ଜୀବନରେ ବ୍ୟସ୍ତ ରହୁଛନ୍ତି। ଏହି ସମୟରେ ମହମ୍ମଦଙ୍କ ପତ୍ନୀ ହସିନଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ହସିନ ବଲିଉଡ ଗୀତ ‘କାଣ୍ଟା ଲଗା’ରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଯାହାକୁ ଦେଖି ପ୍ରଶଂସକ ଟ୍ରୋଲ କରି କହିଛନ୍ତି, ଘରକୁ ଯାଇ ସ୍ୱାମୀଙ୍କୁ କ୍ଷମା ମାଗିନେବା ପାଇଁ। ଏହାସହିତ ଅନେକ ଫ୍ୟାନ କହିଛନ୍ତି, ତୁମ ଦୁହିଁଙ୍କ ଝଗଡା ଯୋଗୁଁ ତୁମ ପିଲାର ମଧ୍ୟ ଭବିଷ୍ୟ ନଷ୍ଟ ହେଉଛି।

ଘଟଣାନୁଯାୟୀ, ୨୦୧୮ରେ ହସିନ ସାମିଙ୍କ ଉପରେ ଅନେକ ଆରୋପ ଲଗାଇଥିଲେ। ହସିନ କହିଥିଲେ, ସାମିଙ୍କର ଅନ୍ୟ କୌଣସି ଯୁବତୀଙ୍କ ସହିତ ସମ୍ପର୍କ ରହିଛି। ଏହାପରେ ଦୁହେଁ ଅଲଗା ରହିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.