ଦିଲ୍ଲୀ ସରକାର ମଦ, ପେଟ୍ରୋଲ ଏବଂ ଡିଜେଲ ଦାମ ଉପରେ ଲଗାଇଲେ କରୋନା ଟ୍ୟାକ୍ସ, ଏଇଠି ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ କେଜରିୱାଲ ସରକାର ସାଧାରଣ ଜନତାଙ୍କ ଝଟକା ଦେଇଛନ୍ତି। ମଦ ଉପରେ ୭୦ ପ୍ରତିଶତ କରୋନା ଟ୍ୟାକ୍ସ ଲଗାଇଛନ୍ତି। କେବଳ ଏତିକି ନୁହେଁ ମଦ ପରେ ପେଟ୍ରୋଲ ଏବଂ ଡିଜେଲ ଉପରେ ମଧ୍ୟ ଟ୍ୟାକ୍ସ ବଢ଼ାଇ ଦେଇଛନ୍ତି।

ଦିଲ୍ଲୀ ସରକାର ଅଟୋ ଫୁଏଲ ଉପରେ ଲାଗୁଥିବା VAT ବଢ଼ାଇ ଦେଇଛନ୍ତି। ପେଟ୍ରୋଲ ଉପରେ ୨୭% ରୁ ବଢି ୩୦% ହୋଇଛି ଏବଂ ଡିଜେଲ ଉପରେ ଭାଟ ୧୬.୭୫% ରୁ ବୃଦ୍ଧି ହୋଇ ୩୦% କରିଦିଆଯାଇଛି। କେଜରିୱାଲ ସରକାରଙ୍କ ଏହି ନିୟମ ପରେ ପେଟ୍ରୋଲ ଦାମରେ ୧.୬୭ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ଦରରେ ୭.୧୦ ଟଙ୍କା ପ୍ରତି ଲିଟର ଦର ମହଙ୍ଗା ହୋଇଛି।


ତୈଳ କମ୍ପାନୀ ଦେଇଥିବା ସୁଚନା ମୁତାବକ ଏବେ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ ୭୧.୨୬ ଟଙ୍କା ହୋଇଛି। କିନ୍ତୁ ପୂର୍ବରୁ ଏହାର ଦାମ ୬୯.୫୯ ଟଙ୍କା ପ୍ରତି ଲିଟର ଥିଲା। ସେହିପରି ଡିଜେଲର ଦାମ ୬୨.୨୯ ଟଙ୍କାରୁ ବଢି ୬୯.୩୯ ଟଙ୍କା ପ୍ରତି ଲିଟର ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.