ସମ୍ବଲପୁର ତାଳବଣିଆ ଗାଁରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ସମ୍ବଲପୁର: ଗାଁ ଦାଣ୍ଡରେ ହତ୍ୟା। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ସେଲେଭେଟା ପଞ୍ଚାୟତ ତାଳବଣିଆ ଗାଁରେ ଘଟିଛି ହତ୍ୟାକାଣ୍ଡ। ମୃତକ ଦୁଷ୍ମନ୍ତ ଦେହୁରୀ। ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦୁଷ୍ମନ୍ତ ମଦ ପିଇ ଲୋକଙ୍କୁ ଗଳିଗୁଲଜ କରିଥାଏ। ଏନେଇ ଗାଁର କିଛି ଯୁବକ ଉତ୍ୟକ୍ତ ହୋଇ ସଂଘବଦ୍ଧ ଆକ୍ରମଣ କରି ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାରେ ୪ଜଣଙ୍କୁ ଅଟକ ରଖାଯାଇ ତଦନ୍ତ କରୁଛି। ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରିରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.