ନିଜ ଅଭିନୟ ଏବଂ ଲୁକ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଶିଭିନ ମେଡିକାଲରେ ଭର୍ତ୍ତି

ବଲିଉଡ ଟିଭି ଅଭିନେତା ଏବଂ ଟିଭି ସିରିୟଲ ‘ବିରା’ରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ଶିଭିନ ନିଜ ଆକ୍ଟିଂରେ ଲୋକଙ୍କୁ ଦିୱାନା କରିଥିଲେ। ଏହାପରେ ତାଙ୍କୁ ଲୋକପ୍ରିୟ ଟିଭି ସିରିୟଲ ବେହଦ ୨ରେ ନଜର ଆସିଥିଲେ। ନିଜ ଅଭିନୟ ଏବଂ ଲୁକର ଯାଦୁରେ ଲୋକଙ୍କୁ ଦିୱାନା କରିଥିବା ଶିଭିନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ ରବିବାର ସଂଧ୍ୟାରେ ତାଙ୍କୁ ମୁମ୍ବାଇ ସ୍ଥିତ ଅଂଧେରି ହସ୍ପିଟାଲରେ ଆଡ଼ମିଟ କରାଯାଇଛି। ତାଙ୍କ ହାତରେ ଗଭୀର ଆଘାତ ଲାଗିଛି। ଶିଭିନ ନାରଙ୍ଗଙ୍କ ଜଣେ ଘନିଷ୍ଠ ତାଙ୍କ ସହିତ ହୋଇଥିବା ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଭୁଲ ବଶତଃ ତାଙ୍କ ଘରର କାଚ ମେଜରେ ପଡୁ ହାତରେ ଗଭୀର ଆଘାତ ଲାଗିଛି।

 

View this post on Instagram

 

DARK 🖤

A post shared by Shivin Narang (@shivin7) on


ହାତରେ ଗଭୀର ଆଘାତ ଲାଗିବା କାରଣରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କରୋନା ଲକଡାଉନ ପାଇଁ ସାମାଜିକ ଦୂରତା କାରଣରୁ ଶିଭିନଙ୍କ ବାପା ମାଙ୍କୁ ତାଙ୍କ ସହିତ ମିଶିବାକୁ ଦିଆଯାଉନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.