Below header

ବିଶ୍ୱ ଟେଷ୍ଟ ଚାମ୍ପିନସିପ୍‌ ଫାଇନାଲ୍‌, ପ୍ରଥମ ପାଳିରେ ଭାରତ ଠାରୁ ୩୨ ରନ୍‌ରେ ଆଗୁଆ ରହିଲା ନ୍ୟୁଜିଲାଣ୍ଡ, କାଲି ବି ଖେଳ ହୋଇ ପାରେ

ଲଣ୍ଡନ : ବର୍ଷା ବାଧକ ସାଜିଲା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ । ମାତ୍ର ଅଳ୍ପ କେତେ ଓଭର ଖେଳ ହୋଇ ପାରିଲା ମୋଟ୍‌ ୫ ଦିନ ଭିତରେ । ଅତି କଷ୍ଟରେ ଉଭୟ ଦଳର ପ୍ରଥମ ଇନିଂସ୍‌ ହିଁ ସରି ପାରିଲା । ତେବେ ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡ ଦଳ ଭାରତ ଠାରୁ ୩୨ ରନ୍‌ରେ ଆଗୁଆ ରହିଲା ।

ଏବେ ଭାରତୀୟ ଦଳ ତାର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଛି । ବର୍ଷା ଯୋଗୁଁ ମ୍ୟାଚ୍‌ର ଅଧିକାଂଶ ସମୟ ନଷ୍ଟ ହୋଇଥିବାରୁ ବୁଧବାର ଦିନ ଏକ ଅତିରିକ୍ତ ଦିବସ ରହିଛି । ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣୟ ପାଇଁ ଅତିରିକ୍ତ ଦିବସ କଥା ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ତେଣୁ ଆସନ୍ତାକାଲି ମଧ୍ୟ ଖେଳ ହୋଇ ପାରେ । ତେବେ କାଲି ଖେଳ ହେବ କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ କରାଯାଇ ନାହିଁ ।

ତାର ପ୍ରଥମ ଇନିଂସ୍‌ ନ୍ୟୁଜିଲାଣ୍ଡ ଆଜି ଅନ୍ତିମ ଦିନରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୪୯ ରନ୍‌ କରିଛି । ଫଳରେ ଭାରତ ଠାରୁ ୩୨ ରନ୍‌ରେ ଆଗୁଆ ରହିଛି । ନ୍ୟୁଜିଲାଣ୍ଡ ପକ୍ଷରୁ ଓପ୍ନର ଟମ୍‌ ଲଥାମ ୩୦, ଡେଭନ୍‌ କନେଓ୍ଵ ୫୪ ଏବଂ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ୪୯ ରନ୍‌ ସ୍କୋର କରିଥିଲେ । ଓ୍ଵିଲିୟମସନ୍‌ଙ୍କ ଦୃଢ଼ ବ୍ୟାଟିଂ ଯୋଗୁ ତାଙ୍କ ଦଳ ଲିଡ୍‌ ନେଇ ପାରିଲା । ତେବେ ଶେଷ ଭାଗରେ କାଇଲ୍‌ ଜାମିସନ୍‌ ଏବଂ ଟିମ୍‌ ସାଉଦିଙ୍କ ଯୋଡ଼ି ନ୍ୟୁଜିଲାଣ୍ଡକୁ ଆହୁରି ଆଗକୁ ନେଇ ଯାଇଥିଲେ । ଜାମିସନ୍‌ ବୋଲିଂରେ ୫ ଓ୍ଵିକେଟ୍‌ ନେବା ପରେ ବ୍ୟାଟିଂରେ ଉପଯୋଗୀ ୨୧ ରନ୍‌ କରିଥିଲେ । ସାଉଦି କରିଥିଲେ ୩୦ ରନ୍‌ ।

ଭାରତ ପକ୍ଷରୁ ମହମ୍ମଦ ସାମି ୪, ଇଶାନ୍ତ ଶର୍ମା ୩ ଏବଂ ଅଶ୍ୱିନ ୨ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଓ୍ଵିକେଟ୍‌ ଦଖଲ କରିଛନ୍ତି ।

SCORE-1

SCORE-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.