ଅଲୋଡା ଶୋଭାରାଣୀ, ଦିନେ ଓଡିଶା ମହିଳା ଫୁଟବଲ ଦଳର ଥିଲେ ପ୍ରଥମ ଅଧିନାୟିକା

କେନ୍ୟୁଜ୍: ଦିନେ ତାଙ୍କ ନେତୃତ୍ୱରେ ରାଜ୍ୟ ମହିଳା ଫୁଟବଲ ଦଳ ବିଜୟ ଲାଭ କରୁଥିଲା। ତାଙ୍କ ଅଧିନାୟକତ୍ୱରେ ଓଡ଼ିଶା ମହିଳା ଫୁଟବଲ ଦଳ ଜାତୀୟ ସ୍ତରରେ ପଡ଼ିଆରେ ପାଦ ଥାପିଥିଲା। ସେ ହେଉଛନ୍ତି ଓଡିଶା ମହିଳା ଫୁଟବଲ ଦଳର ପ୍ରଥମ ଅଧିନାୟିକା ଥିଲେ ଶୋଭାରାଣୀ ଦାସ । ୧୯୯୨ ମସିହାରେ ତାଙ୍କ ଅଧିନାୟକତ୍ୱରେ ମହିଳା ଫୁଟବଲ ଦଳ ପାଇଥିଲା ନୂଆ ପରିଚୟ। ଏବେ ସେ କିନ୍ତୁ ଅଲୋଡା। ନିଜ ପରିବାରର ପେଟ ପୋଷିବାକୁ କେବେ ସେ ଘଷି ପାରି ବିକିଛନ୍ତି ତ କେବେ ଠୁଙ୍ଗା କରି ବିକିଛନ୍ତି । ପୁଣି କେତେ ବେଳେ ପରିବାର ପୋଷିବା ପାଇଁ ପେପର ବିକି ଚଳିଛନ୍ତି। ୧୯୯୨ ମସିହାରେ ଗୌହାଟିରେ ଅଲ୍‌ ଇଣ୍ଡିଆ ଫୁଟବଲ ଫେହେଡେସନ୍‌ ତରଫରୁ ଆୟୋଜିତ ମହିଳା ଫେରେଡେସନ୍‌ କପ୍‌ ଖେଳିବା ପରେ ୧୦ ରୁ ଅଧିକ ଜାତୀୟ ସ୍ତରର ଫୁଟବଲ ମ୍ୟାଚ୍‌ ଖେଳିଥିଲେ । ମାତ୍ର ବିଡମ୍ବନା ଏବେ ଯାଏ କୌଣସି କ୍ରୀଡା ଭତ୍ତା ପାଇନାହାଁନ୍ତି । କ୍ରୀଡା ନିର୍ଦ୍ଦେଶାଳୟକୁ ବାରମ୍ବାର ଦୌଡିଥିଲେ ମଧ୍ୟ ଏଯାଏ ଖାଲି ଆଶ୍ୱାସନା ମିଳିଛି ।