ସାପ କାମୁଡାରେ ମୃତ୍ୟୁ ହୋଇଥିବା ମହିଳାଙ୍କ ଶବକୁ ଜଗି ରହିଲେ ସାପ ଯୋଡା, ଅନ୍ତିମ ସଂସ୍କାର ପାଇଁ ଛାଡିଲେନି ବାଟ

ଆଜିକାଲି ଲୋକେ ଅନ୍ଧବିଶ୍ବାସ ଉପରେ ବିଶ୍ବାସ କରୁନାହାନ୍ତି ତଥାପି ଏମିତି ଅନେକ ଘଟଣା ରହିଛି ଯାହାକୁ ଲୋକ ବିଜ୍ଞାନସହ ଯୋଡି ପାରୁନାହାନ୍ତି । ଯେଉଁମାନେ ଘରେ ଜୀବ ଜନ୍ତୁ ପାଳନ୍ତି ସେମାନେ ଜାଣିଛନ୍ତି, ମଣିଷ ଓ ପଶୁଙ୍କ ମଧ୍ୟରେ ଏକ ନିଆରା ସମ୍ପର୍କ ଥାଏ। ସମ୍ପର୍କର ନିବିଢ ଭାବ ଏତେ ମାତ୍ରାରେ ଥାଏ ଯେ, କେହି କାହାକୁ ଛାଡି ରହିପାରନ୍ତିନି। ଠିକ୍ ଏହିଭଳି ଘଟଣା ଘଟିଛି ଜଣେ ମୃତ ମହିଳାଙ୍କ ସହ। ମୃତ୍ୟୁ ପରେ ମଧ୍ୟ ସାପ ମହିଳାଙ୍କୁ ଏଭଳି ନଜରରେ ଦେଖୁଥିଲା ଯେ, ସମଗ୍ର ଗ୍ରାମବାସୀ ଆଶ୍ଚଯ୍ୟର୍ ହୋଇଥିଲେ।

ଉତ୍ତରପ୍ରଦେଶ ତ୍ରିବେଦିଗଂଜ ଅଞ୍ଚଳ ନିବାସୀ ଲବକୁଶ ରାୱତଙ୍କ ପତ୍ନୀ ରାଜକୁମାରୀଙ୍କ ସହ ଏମିତି ଏକ ଘଟଣା ଘଟିଛି । ଯାହା ଜାଣି ସମସ୍ତେ ଆଚମ୍ବିତ ହୋଇଛନ୍ତି। ରାଜକୁମାରୀ ଘରେ ସବୁ କାମ ସାରି ଆରାମ କରୁଥିଲେ। ସେତେବେଳେ ଘରେ ଏକ ସାପ ପଶିଥିଲା। ଶୋଇଥିବା ସମୟରେ ରାଜକୁମାରୀଙ୍କୁ ସାପ କାମଡୁଥିଲା। ଘରେ ଜାଣିବାପରେ ତୁରନ୍ତ ରାଜକୁମାରୀଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ଚିକିତ୍ସା ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା।

ଡାକ୍ତର ରାଜକୁମାରୀଙ୍କ ମୃତ୍ୟୁ ଘୋଷଣା କରିବା ପରେ ପରିବାର ଲୋକେ ତାଙ୍କ ଶବକୁ ଘରକୁ ନେଇ ଆସିଥିଲେ। ଯେତେବେଳେ ଘର ଲୋକେ ତାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଶବ ଉଠାଇଲେ ସେତେବେଳେ ହଠାତ୍ ଘର ଭିତରୁ ଦୁଇଟି ସାପ ବାହାରିଆସିଲେ। ସାପ ଯୋଡା ରାଜକୁମାରୀଙ୍କ ଶବ ପାଖରେ ଫଣା ଉଠାଇ ରହିଥିଲେ । ଶବ ନିକଟକୁ କାହାକୁ ଯିବାକୁ ଦେଉନଥିଲେ। ଏହା ଦେଖି ଲୋକେ ଡରି ଯାଇଥିଲେ। ହେଲେ ତାପରେ ସାପଯୋଡା ହଠାତ କୁଆଡେ ପଳେଇଲେ କେହି ଜାଣିପାରିଲେନାହିଁ। ସମସ୍ତେ ଘର ଭିତରେ ଖୋଜିଲେ କିନ୍ତୁ କିଛି ପାଇଲେ ନାହିଁ। କିଛି ଲୋକେ ସାପ ଧରାଙ୍କୁ ଡାକି ଆଣିଲେ । ହେଲେ ଆଶ୍ଚଯ୍ୟର୍ ର କଥା ଏହା ଯେ, ସେମାନେ ମଧ୍ୟ ସାପଙ୍କୁ ଧରି ପାରିନଥିଲେ। ତାପରେ ରାଜକୁମାରୀଙ୍କ ଅନ୍ତିମ ସଂସ୍କାର ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.