ଦେବଗଡ: ସରୁନି ୪ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ଘରୋଇ ବସଷ୍ଟାଣ୍ଡର ନିର୍ମାଣ କାମ, ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ

ଦେବଗଡ(କେନ୍ୟୁଜ୍): ୩ ବର୍ଷ ହେବ ସରୁନି ବସଷ୍ଟାଣ୍ଡ ନିର୍ମାଣ କାମ । ବସଷ୍ଟାଣ୍ଡ ନଥିବାରୁ ଯାତାୟତ ପାଇଁ ଯାତ୍ରୀମାନେ ବହୁ ହଟହଟା ହେଉଛନ୍ତି । ଦେବଗଡ ଜିଲ୍ଲା ସଦର ମହକୁମାରେ ଥିବା ଘରୋଇ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରାୟ ୪ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ଯାହାର କାମ ଆଜି ଯାଏ ସରିପାରୁନି । ଜିଲ୍ଲା ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଜିଲ୍ଲା ସଦର ମହକୁମାରେ ବସ ଚଳାଚଳ ପାଇଁ ନିଜସ୍ୱ ବସଷ୍ଟାଣ୍ଡ ନାହିଁ । ଏକ ଗଳି ଓ ଅଣଓସାରିଆ ରାସ୍ତାକୁ ବସ ରହିବା ପାଇଁ ବ୍ୟବହାର କରାଯାଉଛି । ଏହାଛଡା ଯାତ୍ରୀଙ୍କ ପାଇଁ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନାହିଁ । ଯାତ୍ରୀଙ୍କ ପାଇଁ ପ୍ରତିକ୍ଷାଳୟ, ଶୌଚାଳୟ କି ପିଇବା ପାଣିର ବ୍ୟବସ୍ଥା ନାହିଁ । କିନ୍ତୁ ମ୍ୟୁନିସିପାଲଟି ଏହି ବସଷ୍ଟାଣ୍ଡରୁ ବସ ପିଛା ପ୍ରତ୍ୟେହ ୨୦ ଟଙ୍କା ଲେଖାଏଁ ଆଦାୟ କରୁଛି । ଏନେଇ ମ୍ୟୁନିସିପାଲଟି ସହକାରୀ ଯନ୍ତ୍ରୀ କହିଛନ୍ତି ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ସରିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.