Below header

ପୁଣି ଦବିଲା କଟକ ଜିଲ୍ଲା ମାହାଙ୍ଗା ପୂର୍ତ୍ତ ବିଭାଗ ରାସ୍ତା

କଟକ(କେନ୍ୟୁଜ୍): ପୁଣି ଦବିଲା କଟକ ଜିଲ୍ଲା ମାହାଙ୍ଗା ପୂର୍ତ୍ତ ବିଭାଗ ରାସ୍ତା । ଗୋପୀନାଥପୁରରୁ କୁଆଁପାଳ ପର୍ଯ୍ୟନ୍ତ ୧୮ କିମି ରାସ୍ତାର ଭେଡ଼ା ଠାରେ ରାସ୍ତାର ଏକ ପାର୍ଶ୍ୱ ଦବିଛି । କିଛିଦିନ ତଳେ ରାସ୍ତାର ଗୋଟିଏ ପାର୍ଶ୍ୱ ହଠାତ୍‌ ୩୦ ଫୁଟ୍‌ ଦବିଯିବାରୁ ସମସ୍ୟା ଉପୁଜିଥିଲା । ଏନେଇ ସ୍ଥାନୀୟଲୋକେ ଅସନ୍ତୋଷ ବ୍ୟକ୍ତ କରିବାସହ ରାସ୍ତା ରୋକ କରିଥିଲେ । ବିଦ୍ଧିବିଦ୍ଧ ତଦନ୍ତ ଦାବିକରି ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଘଟଣାକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ବିଭାଗୀୟ ତଦନ୍ତ ରିପୋର୍ଟ ଆସିନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତେବେ ପୁଣି ଥରେ ରାସ୍ତା ଦବିବା ପରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ମାହାଙ୍ଗା ବିଜେପି ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.