Below header

ଘୋଷଣା ହେଲା ପାକିସ୍ତାନ ବିଶ୍ବକପ୍ ଟିମ୍, ଦୁଇବର୍ଷ ପରେ ପୁଣି ମୈଦାନରେ ନଜର ଆସିବେ ଏହି ଖେଳାଳି

ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି କ୍ରିକେଟ ବିଶ୍ବକପ ୨୦୧୯ ପାଇଁ ନିଜର ଦଳର ନାମ ଘୋଷଣା କରିଛି। ଏହି ଦଳର ଅଧିନାୟିକତା ସରଫରାଜ୍ ଅହମ୍ମଦ କରୁଥିବା ବେଳେ ବୋଲର ମହମ୍ମଦ ଆମିରଙ୍କ ସହ ବହାବ ରିୟାଜ ଏବଂ ଆସିଫ ଅଲ୍ଲି ଦଳରେ ପୁଣି ସାମିଲ ହୋଇଛନ୍ତି। ଯାହା କ୍ରିକେଟପ୍ରେମୀଙ୍କୁ କରିଛି ଆଶ୍ଚର୍ଯ୍ୟ।

ପାକିସ୍ତାନୀ ବିଶ୍ବକପ୍ ଦଳରେ ଆବିଦ୍ ଅଲ୍ଲୀ, ଫହିମ୍ ଅଶରଫ ଏବଂ ଜୁନେଦ ଖାନଙ୍କୁ ସ୍ଥାନ ମିଳିନଥିବା ବେଳେ ଦଳର ଘୋଷଣା ମୁଖ୍ୟ ଚୟନକର୍ତ୍ତା ଇନମାମ୍ ଉଲ ହକ୍ କରିଛନ୍ତି। ତେବେ ଏତେ ବର୍ଷ ପରେ ଦଳରେ ବୋଲର ରିୟାଜଙ୍କ ନାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

pakistan team

ବିଶ୍ବକପ୍ ପାଇଁ ପାକିସ୍ତାନ ଟିମ୍ :

ସରଫରାଜ୍ ଅହମଦ୍ (ଅଧିନାୟକ), ବାବର ଆଜମ୍, ଫଖର ଜମାନ, ଇମାମ୍ ଅଲ୍ଲି ହକ୍, ହେରିସ ସୋହେଲ, ମୋହମ୍ମଦ ହଫିଜ୍, ଇମାଦ ବସୀମ୍ , ହସନ ଅଲ୍ଲୀ, ଶାହିନ୍ ଶାହ ଅଫରିଦି, ମହମ୍ମଦ ଆମିର, ମହମ୍ମଦ ହସସେନ୍, ଶାଦାବ ଖାନ, ସୋଏବ ମଲ୍ଲିକ୍ ଏବଂ ବାହାବ ରିଆଜ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.