ପାକିସ୍ତାନ ଦଳର ଅଧିନାୟକ ପଦରୁ ବିତାଡ଼ିତ ହେଲେ ସର୍ଫରାଜ ଅହମଦ

ଲାହୋର : କଡ଼ା ସମାଲୋଚନା ପରେ ପାକିସ୍ତାନ କ୍ରିକେଟ୍ର ଟେଷ୍ଟ ଓ ଟି-୨୦ ଟିମ୍ ଅଧିନାୟକ ପଦରୁ ବିତାଡ଼ିତ ହୋଇଛନ୍ତି ସର୍ଫରାଜ ଅହମଦ । ଟି-୨୦ରେ ତାଙ୍କ ସ୍ଥାନରେ ବାବର ଆଜମଙ୍କୁ ଅଧିନାୟକ କରାଯାଇଛି । ସେହିପରି ଆଝାର ଅଲୀଙ୍କୁ ମିଳିଛି ଟେଷ୍ଟ ଟିମ୍ର ଅଧିନାୟକ ଦାୟିତ୍ୱ । ସେପଟେ ସର୍ଫରାଜ କେବଳ ଅଧିନାୟକ ପଦରୁ ନୁହେଁ ନିଜ ଖରାପ ଫର୍ମ ପାଇଁ ଦଳରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ଏ ସମ୍ପର୍କରେ ଆଜି ପ୍ରକାସ୍ତାନ କ୍ରିକେଟ୍ ବୋର୍ଡ଼ (ପିସିବି) ସୂଚନା ଦେଇଛି । ତେବେ ଦିନିକିଆ ଦଳର ଅଧିନାୟକ କିଏ ହେବେ ସେକଥା ସ୍ପଷ୍ଟ ହୋଇନାହିଁ ।