Below header

ବଲିଉଡରେ ସାତ ବର୍ଷ ପରେ ପୂରଣ ହେବ ଆଲିଆଙ୍କ ସ୍ୱପ୍ନ, ଭନସାଲୀଙ୍କ ସହିତ କରିବେ ଫିଲ୍ମ

ପୂରଣ ହେବ ଚୁଲବୁଲି ଆଲିଆଙ୍କ ସ୍ୱପ୍ନ। ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ୭ ବର୍ଷ କାମ କରିବାର ପରେ ଏହି ସୁଯୋଗ ଆସିଛି। ଭନସାଲୀ ପ୍ରଡକ୍ସନ ସହ କାମ କରିବାକୁ ଆଲିଆ ଦୀର୍ଘଦିନ ଧରି ଆଶା ବାନ୍ଧି ଥିଲେ। କିନ୍ତୁ ସଞ୍ଜୟଲୀଲା ଭନସାଲୀଙ୍କ ଫିଲ୍ମ ‘ଇନସ୍‌ଆଲ୍ଲା’ ବନ୍ଦ ହୋଇଯିବା ପରେ ଆଲିଆଙ୍କ ସ୍ୱପ୍ନ ଭାଙ୍ଗିଯାଇଥିଲା। ହେଲେ ଭନସାଲୀଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ଵାଡି’ରେ ଆଲିଆଙ୍କୁ ଲିଡ୍‌ ରୋଲ୍‌ ମିଳିଛି। ଏଥିରେ ସେ ଗଙ୍ଗୁବାଇ ଭୂମିକାରେ ଅଭିନୟ କରିବେ। ଆସନ୍ତା ବର୍ଷ ସେପ୍ଟେମ୍ବର ୧୧ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ। ଏହି ଫିଲ୍ମରେ ଆଲିଆଙ୍କ ସହିତ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ମୁଖ୍ୟ ଭୂମିକାରେ ନଜର ଆସିବେ।

alia bhata

ଗଙ୍ଗୁବାଇ ‘ଦ ମ୍ୟାଡାମ ଅଫ୍‌ କମାଠୀପୁରା’ ନାମରେ ମଧ୍ୟ ପରିଚିତ। ସେ କମ୍‌ ବୟସରେ ବେଶ୍ୟାବୃତ୍ତିକୁ ପେଶା ଭାବେ ଗ୍ରହଣ କରିନେଇଥିଲେ। ଏବେ ଆଲିଆଙ୍କୁ ଏହି ରୋଲ ପାଇଁ ଭନସାଲୀ ସାଇନ୍‌ କରିଥିବା ବେଳେ ପୂର୍ବରୁ ଏହି ରୋଲ ପାଇଁ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ନାଁ ଚର୍ଚ୍ଚାରେ ଥିଲା। ସୂଚନାଯୋଗ୍ୟ ଯେ, ସଞ୍ଜୟଲୀଲା ଭନସାଲୀଙ୍କ ଫିଲ୍ମ ‘ଇନସ୍‌ଆଲ୍ଲା’ରେ ସଲ୍‌ମାନ୍‌ ଖାନ୍‌ ଲିଡ୍‌ ରୋଲରେ ଥିଲେ। ଏହାର କିଛି ଗୀତ ଶୁଟିଂ ସରିଥିବା ବେଳେ ଗତ ଅଗଷ୍ଟରେ ଫିଲ୍ମକୁ ବନ୍ଦ କରିଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.