୨୦୨୦ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ସଂପୂର୍ଣ୍ଣ ବ୍ୟାନ୍ ହେବ ପ୍ଲାଷ୍ଟିକ୍, ସଚେତନତା ଅଭିଯାନ କରିବାକୁ ଜଙ୍ଗଲ ବିଭାଗ ପକ୍ଷରୁ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍): ୨୦୨୦ ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ସଂପୂର୍ଣ୍ଣ ବ୍ୟାନ୍ ହେବ ପ୍ଲାଷ୍ଟିକ୍ । ଏନେଇ ପଞ୍ଚାୟତିରାଜ ବିଭାଗକୁ ସଚେତନତା ଅଭିଯାନ କରିବାକୁ ଜଙ୍ଗଲ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ସମସ୍ତ ସହରାଞ୍ଚଳରେ ପ୍ଲାଷ୍ଟିକ୍ ବ୍ୟାନ୍କୁ ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ରଖୁଛନ୍ତି, ସେମାନଙ୍କଠାରୁ ପ୍ଲାଷ୍ଟିକ୍ ସଂଗ୍ରହ ପାଇଁ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ କମ୍ପାନୀମାନେ ପ୍ଲାଷ୍ଟିକ୍ ବ୍ୟାନ୍ ଆଇଟମ୍ ତିଆରି କରିପାରିବେ ନାହିଁ । ପ୍ଲାଷ୍ଟିକ୍ ବ୍ୟାନ ହେବା ପରେ ଲୋକେ ସଚେତନ ହେଉଥିବା କହିଛନ୍ତି ପରିବେଶ ବିଭାଗ ନିର୍ଦ୍ଦେଶକ କେ. ମୁର୍ଗେସେନ । ଗ୍ରାମାଞ୍ଚଳରେ ମଧ୍ୟ ପ୍ଲାଷ୍ଟିକ କିଭଳି ପ୍ଲାଷ୍ଟିକ୍ ବ୍ୟବହାର ହ୍ରାସ କରାଯାଇପାରିବ ସେନେଇ ଗୁରୁତ୍ୱ ଦଆଯିବ।