୧୪ ବର୍ଷୀୟା ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ପାଗଳ ଥିଲେ ଏହି ବ୍ୟକ୍ତି, ପାଦରେ ଚାଲି ଚାଲି ଗଲେ ୩୫୦ କିମି

ଜଣେ ବ୍ୟକ୍ତି ଆମେରିକାର ଇଣ୍ଡିଆନାପୋଲିସ୍‌ରୁ ଓ୍ଵିସ୍‌କନସିନ୍ ପଯ୍ୟର୍ନ୍ତ ୩୫୦ କିଲୋମିଟର ପାଦରେ ଚାଲି ଚାଲି ଯାଇଥିଲେ। ଏତେ ଲମ୍ବା ଯାତ୍ରା କରିବାର ନିଷ୍ପତ୍ତି ସେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ବନାଇବା ପାଇଁ ନେଇଥିଲେ। ୩୨ ବର୍ଷୀୟ ଏହି ବ୍ୟକ୍ତି ଜଣକ କୌଣସି ରେକର୍ଡ କରିବା ପାଇଁ ନୁହେଁ, ବରଂ ଏକ ଜଘନ୍ୟ ଅପରାଧକୁ ପ୍ରଶୟ ଦେବା ପାଇଁ ଏମିତି କରିଥିଲେ। କିନ୍ତୁ ସେ ଯାତ୍ରା ପୂରା କରିବା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିନେଇଥିଲା। ଯେଉଁ ନାବାଳିକାଙ୍କ ସହ ବ୍ୟକ୍ତି ଜଣକ ମିଶିବାକୁ ଯାଇଥିଲେ, ତାଙ୍କ ସହିତ ଫେସ୍‌ବୁକରେ ବନ୍ଧୁତା ସ୍ଥାପନ ହୋଇଥିଲା।

ଅଭିଯୋଗ ଅନୁସାରେ, ଟମି ଲି ଜେନ୍‌ଙ୍କିସ୍ ନାମକ ଏହି ବ୍ୟକ୍ତି ପୂର୍ବରୁ ମଧ୍ୟ ବାଳ ଯୌନ ଅପରାଧରେ ସଂଶ୍ଳିଷ୍ଟ ଥିଲେ। ପ୍ରଥମରୁ ହିଁ ତାଙ୍କ ଉପରେ ପୋଲିସର ସନ୍ଦେହ ରହିଥିଲା। ତେବେ ୧୪ ବର୍ଷୀୟା ଉକ୍ତ ନାବାଳିକା ଜେନ୍‌ଙ୍କିସ୍‌ଙ୍କୁ ପ୍ରଥମେ ଫ୍ରେଣ୍ଡ ରିକ୍ୱେଷ୍ଟ୍‍ ପଠାଇଥିଲେ, ଯାହାକୁ ସେ ସ୍ୱୀକାର କରିଥିଲେ। ଏହାପରେ ଦୁଇଜଣଙ୍କ ମଧ୍ୟରେ ମେସେଜ୍‌ରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା।

man5

ଏହାସହ ପଢ଼ନ୍ତୁ: ସୁଇମିଂ ପୁଲ୍ ଭିତରେ ପଶିଗଲା ଘଡିଆଳ କୁମ୍ଭୀର, ଘଣ୍ଟାଏ ତାକୁ ଖେଳାଇଲେ ଏହି ବ୍ୟକ୍ତି, ପୁଣି ହେଲା ଏମିତି କିଛି

ବାରମ୍ବାର ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ବନାଇବା ପାଇଁ ଜେନ୍‌ଙ୍କିସ୍ ତାଙ୍କୁ ନିଜ ସହରକୁ ଡାକୁଥିଲେ। କିନ୍ତୁ ନାବାଳିକା ଜଣକ ଏତେ ଦୂର ଯିବାକୁ ମନା କରିଦେଇଥିଲେ। ନାବାଳିକା ମନା କରିବା ପରେ ଜେନ୍‌ଙ୍କିସ୍ ନିଜେ ଯିବାକୁ ସ୍ଥିର କରିଥିଲେ। ଆଉ ଶାରୀରିକ ସମ୍ବନ୍ଧ ବନାଇବା ପାଇଁ ପାଦରେ ଚାଲି ଚାଲି ଯାଇଥିଲେ। କିନ୍ତୁ ନାବାଳିକାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ତାଙ୍କର ସବୁ ଉଦ୍ୟମ ଫସର ଫାଟିଯାଇଥିଲା।