Below header

ବିଶ୍ବକପ୍ ସେମିଫାଇନାଲ ରେସରୁ ପାକିସ୍ତାନ ଆଉଟ୍, ସେମି ଖେଳିବା ଆଶା ଧୂଳିସାତ

ବିଶ୍ବକପ୍ ସେମିଫାଇନାଲ ରେସରୁ ପାକିସ୍ତାନ ଆଉଟ୍ । ସେମି ଖେଳିବା ଆଶା ଧୂଳିସାତ । ଶେଷ ନକଆଉଟ୍ ମୁକାବିଲାରେ ଇଂଲଣ୍ଡ ବିପକ୍ଷରେ ୪୦ ବଲରେ ୩୩୮ ରନ୍ କରିଥିଲେ ସେମିଫାଇନାଲ୍ ଯାଇ ଥାଆନ୍ତା ।

ବିଶ୍ବକପ୍ ସେମିଫାଇନାଲ ରେସରୁ ପାକିସ୍ତାନ ଆଉଟ୍ । ସେମି ଖେଳିବା ଆଶା ଧୂଳିସାତ । ଶେଷ ନକଆଉଟ୍ ମୁକାବିଲାରେ ଇଂଲଣ୍ଡ ବିପକ୍ଷରେ ୪୦ ବଲରେ ୩୩୮ ରନ୍ କରିଥିଲେ ସେମିଫାଇନାଲ୍ ଯାଇ ଥାଆନ୍ତା । ଯାହା ମୁସ୍କିଲ । ପାକିସ୍ତାନକୁ ସେମି ଫାଇନାଲ ଯିବା ପାଇଁ ଆଜି ପ୍ରଥମେ ବ୍ୟାଟିଂ କରିବାର ଥିଲା। ପ୍ରଥମେ ବ୍ୟାଟିଂ କରି ୪୦୦ରୁ ଅଧିକ ସ୍କୋର କରି ଇଂଲଣ୍ଡକୁ ୧୦୦ ରନ୍ ଭିତରେ ଅଲଆଉଟ କରିଥିଲେ ସେମି ଟିକେଟ ହାତେଇ ଥାଆନ୍ତା ।

କିନ୍ତୁ ଇଂଲଣ୍ଡ ଇଡେନ୍ ଗାର୍ଡେନରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଯଦି ପାକିସ୍ତାନ ଇଂଲଣ୍ଡକୁ ୧୦୦ ରନ ଭିତରେ ଅଲଆଉଟ କରିଥିଲେ ଓ ମ୍ୟାଚକୁ ସର୍ବାଧିକ ୪ ଓଭର ମଧ୍ୟରେ ଜିତିଥିଲେ ସେମି ଟିକେଟ ହାତେଇ ଥାଆନ୍ତା। ଏହି ଦୁଇଟି ସମୀକରଣରୁ କୌଣସି ଗୋଟିଏ କରି ପାରିଲା ନାହିଁ ପାକିସ୍ତାନ । ଫଳରେ ବିଶ୍ବକପ୍ ସେମିଫାଇନାଲ୍ ଆଶା ପାଣିଚିଆ ହୋଇଛି । ସେମିଫାଇନାଲ ଲଢ଼େଇରେ ମୁହାଁମୁହିଁ ହେବେ ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ।

୧୫ ତାରିଖରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଗତବିଶ୍ବକପ ସେମିଫାଇନାଲ୍ ପରାଜୟର ବଦଲା ନେବା ଲକ୍ଷ୍ୟରେ ରହିବ ରୋହିତ ବାହିନୀ । ୧୬ ତାରିଖରେ ଦ୍ବିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଭିତରେ ଟକ୍କର ହେବ । ସେମିଫାଇନାଲର ବିଜୟୀ ଦଳ ୧୯ ତାରିଖରେ ବିଶ୍ବକପ୍ ଟ୍ରଫି ପାଇଁ ମୁହାଁମୁହିଁ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.