ନିଯୁକ୍ତି ନାଁରେ ଠକେଇ ଅଭିଯୋଗ, ଜଣେ ଗିରଫ

ନିଯୁକ୍ତି ନାଁରେ ଠକେଇ ଅଭିଯୋଗରେ ଜଣେ ଗିରଫ । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି କଟକ ସାଇବର ଥାନା ପୋଲିସ। ତା ନାଁ ସନ୍ତୋଷ ମହାନ୍ତି । ନିଜକୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପର୍କୀୟ କହି ଇଣ୍ଡିଆନ ଅଏଲ କର୍ପୋରେସନ ଓ ଭାରତୀୟ ରେଳବାଇ ଆଦି ବିଭାଗରେ ଚାକିରି ଦେବାକୁ କହି ଠକୁ ଥିଲା ଅଭିଯୁକ୍ତ।

୫୯ ଲକ୍ଷରୁ ଅଧିକ ଟଙ୍କାର ଠକେଇ କରିଥିବା ଜଣାପଡିଛି । ରେଳବାଇ ବିଭାଗର ଜାଲ ଚୟନ ତାଲିକା ପ୍ରଦାନ କରି ଖୁବଶୀଘ୍ର ନିଯୁକ୍ତି ପତ୍ର ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲା ସନ୍ତୋଷ । ପରେ ଆଉ ଫୋନ ଉଠାଇ ନଥିଲା । ସନ୍ତୋଷ ନିକଟରୁ ଲ୍ୟାପଟପ, ୮ଟି ଫୋନ, ୧୩ ଟି ସିମକାର୍ଡ, ହାର୍ଡ ଡିସ୍କ, ପେନ ଡ୍ରାଇଭ, ପାସବୁକ, ଚେକବୁକ୍, ୧୮ଟି ଡେବିଟ୍ କାର୍ଡ, ଦୁଇଟି ଭିଜିଲାନ୍ସ ଓ ଡିଆରଡିଓର ନକଲି ସାର୍ଟିଫିକେଟ ଜବତ କରିଛି ସାଇବର ଥାନା ପୋଲିସ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.