ଜମ୍ମୁ କଶ୍ମୀର ଡାଲ ହ୍ରଦରେ ନିଆଁ ଲାଗି ଜଳିଗଲା ହାଉସ ବୋଟ, ୩ ଜଣ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ
ଜମ୍ମୁ କଶ୍ମୀର ଡାଲ ହ୍ରଦରେ ବଡ଼ ଅଘଟଣ। ନିଆଁ ଲାଗି ଜଳିଗଲା ହାଉସ ବୋଟ। ୩ ଜଣ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ। ଆଜି ଭୋରରୁ ଶ୍ରୀନଗର ଡାଲ ହ୍ରଦରେ ୮ଟି ହାଉସ ବୋଟରେ ନିଆଁ ଲାଗି ସଂପୂର୍ଣ୍ଣ ଜଳି ଯାଇଥିଲା। ପାଣି ଭିତରେ ଥିବା ବୋଟ ହୁହୁ ହୋଇ ଜଳି ଯାଇଥିଲା।

ଏଥିରେ ୩ ଜଣ ବାଂଲାଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଅନିନ୍ଦ୍ୟ କୌଶିକ, ମହମ୍ମଦ ମୋଇନୁଦ ଓ ଦାସ ଗୁପ୍ତା। ଏମାନଙ୍କ ଦଗ୍ଧୀଭୂତ ମୃତଦେହ ଉଦ୍ଧାର କରାଯାଇଛି। ସାଫିନା ନାମକ ହାଉସବୋଟରେ ଏମାନେ ଥିଲେ।
VIDEO | At least five house boats destroyed in fire at Srinagar’s Dal Lake. More details are awaited.
(Source: Third Party) pic.twitter.com/jv9hX8KCgE
— Press Trust of India (@PTI_News) November 11, 2023
ଅନ୍ୟମାନେ ସୁରକ୍ଷିତ ଉଦ୍ଧାର ହୋଇଥିଲେ। ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ଉତ୍ତାପ ପାଇବାକୁ କୌଣସି ଦହନ ପ୍ରକ୍ରିୟାରୁ ବୋଟରେ ନିଆଁ ଲାଗି ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପ୍ରଥମେ ଗୋଟିଏ ବୋଟରେ ନିଆଁ ଲାଗିବା ପରେ ହଠାତ ଏହା ଅନ୍ୟ ହାଉସ ବୋଟକୁ ବ୍ୟାପୀ ଯାଇଥିବା କୁହାଯାଉଛି।