Below header

ସୁରତ ଷ୍ଟେସନରେ ଦଳାଚକଟା, ଜଣେ ମୃତ, ବହୁ ଲୋକ ଆହତ

ସୁରତ ଷ୍ଟେସନରେ ଦଳାଚକଟା। ଜଣେ ମୃତ, ବହୁ ଲୋକ ଆହତ। ଦୀପାବଳିରେ ନିଜ ନିଜ ଘରକୁ ଯିବା ପାଇଁ ସୁରତ ଷ୍ଟେସନରେ ପ୍ରବଳ ଜନସମାଗମ ହୋଇଥିଲା। ଟ୍ରେନ ଚଢ଼ିବା ବେଳେ ଦଳାଚକଟା ପରିସ୍ଥିତି ଉପୁଜିଥିଲା।

ସୁରତ ଷ୍ଟେସନରେ ଦଳାଚକଟା। ଜଣେ ମୃତ, ବହୁ ଲୋକ ଆହତ। ଦୀପାବଳିରେ ନିଜ ନିଜ ଘରକୁ ଯିବା ପାଇଁ ସୁରତ ଷ୍ଟେସନରେ ପ୍ରବଳ ଜନସମାଗମ ହୋଇଥିଲା। ଟ୍ରେନ ଚଢ଼ିବା ବେଳେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ମୂର୍ଚ୍ଛା ହୋଇ ଯାଇଥିଲେ।

ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରେଳ ରାଷ୍ଟ୍ରମନ୍ତ୍ରୀ ହସ୍ପିଟାଲକୁ ଯାଇ ଆହତଙ୍କୁ ଭେଟିଛନ୍ତି। ପାର୍ବଣରେ ନିଜନିଜ ରାଜ୍ୟକୁ ଫେରୁଛନ୍ତି ଲୋକ। ମୁମ୍ବାଇ, ଗୁଜରାଟ ଓ ମଧ୍ୟପ୍ରଦେଶ ମଧ୍ୟରେ ଚଳାଚଳ ପାଇଁ ସ୍ବତନ୍ତ୍ର ଭାବେ ୪୬ ଯୋଡ଼ା ଟ୍ରେନ ବ୍ୟବସ୍ଥା କରିଛି ୱେଷ୍ଟର୍ଣ୍ଣ ରେଲୱେ। ଏହି ଟ୍ରେନ ୪୦୦ ଟ୍ରିପ୍ କରୁଛି। ଦୀପାବଳି ଅବସରରେ ଟ୍ରେନ ଯୋଗେ ୭ ଲକ୍ଷ ଲୋକ ନିଜ ନିଜ ରାଜ୍ୟକୁ ଫେରୁଥିବା ୱେଷ୍ଟର୍ଣ୍ଣ ରେଲୱେ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.