Below header

ଆଜି ଆଲୋକର ପର୍ବ ଦୀପାବଳି, ବିଭିନ୍ନ ମଣ୍ଡପରେ ପୂଜା ପାଇବେ ମା’ କାଳୀ

ଆଜି ଆଲୋକର ପର୍ବ ଦୀପାବଳି । ଗାଁ ଠାରୁ ସହର ସବୁଆଡ଼େ ଉତ୍ସବର ମାହୋଲ୍ । ଅନ୍ଧାର ଉପରେ ଆଲୋକର ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଦୀପାବଳି । କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଏ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ଆଲୋକର ପର୍ବ ଦୀପାବଳି । ଗାଁ ଠାରୁ ସହର ସବୁଆଡ଼େ ଉତ୍ସବର ମାହୋଲ୍ । ଅନ୍ଧାର ଉପରେ ଆଲୋକର ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଦୀପାବଳି । କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଏ । ସେପଟେ ବିଭିନ୍ନ ମଣ୍ଡପରେ ପୂଜା ପାଇବେ ମା’ କାଳୀ । ସବୁ ପୂଜା ମଣ୍ଡପରେ ମା’ଙ୍କୁ ଶେଷ ସ୍ପର୍ଶ ଦିଆସରିଥିଲା ବେଳେ ଆଜି ରାତିରେ ପୂଜା ପାଇବେ । ବିଭିନ୍ନ ତୋରଣ ସାଙ୍ଗକୁ ଚାନ୍ଦି-ସୁନାରେ ଝଲସିବେ ମା’ । ସେହିପରି ଆଜି ପୂର୍ବ ପୁରୁଷଙ୍କୁ ଆହ୍ୱାନ କରି ସେମାନଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ । ଆଉ ରାତିରେ ବଡ଼ବଡ଼ିଆଙ୍କୁ ଡକା ଯାଇଥାଏ । ବଡ଼ବଡ଼ୁଆ ଡାକ ପାଇଁ କାଉଁରିଆ କାଠି ବିଡ଼ାର ବେଶ୍ ଚାହିଦା ରହିଛି ।

ଦୀପାବଳୀରେ ପୁରୀରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି । ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ବିନ୍ଦୁ ସାଗରରେ ମଧ୍ୟ ପୟା ଶ୍ରାଦ୍ଧ ପାଇଁ ଲୋକଙ୍କ ଭିଡ଼ ଜମିଛି । ସେପଟେ ବାଣ ବଜାରରେ ଗତକାଲି ଦିନତମାମ ଗରାଖଙ୍କ ଗହଳି ଲାଗିଥିବା ବେଳେ ଆଜି ବି ଜମିବ ବ୍ୟବସାୟ । ପ୍ରତ୍ୟେକ ବର୍ଷ ଦୀପାବଳିରେ ଲୋକମାନେ ଦୀପ ସହ ବାଣ ମଧ୍ୟ ଫୁଟାଇ ଥାଆନ୍ତି । କିନ୍ତୁ ଚଳିତ ବର୍ଷ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଫୁଟିବ ନାହିଁ ବାଣ । ତେଣୁ ବାଣ ବିନା ଦୀପାବଳି ପାଳିବେ ରଜଧାନୀବାସୀ । ସେହିପରି ଦୀପାବଳିରେ ବାଣ ଫୁଟାଇବାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମାର୍ଗଦର୍ଶିକା ଜାରି କରିଛି । ଏନେଇ ଖବରକାଗଜରେ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଜାରି କରାଯାଇଥିବା ବେଳେ ୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାରରୁ ବିରତ ରହିବା ପାଇଁ ମାର୍ଗଦର୍ଶିକାର ଉଲ୍ଲେଖ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.