Below header

ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ଡିଡିସିଏ, ଲୋକଙ୍କୁ ହସପିଟାଲ ନ ଆସିବାକୁ ପରାମର୍ଶ ଦେଲେ ଡିଡିସିଏ ନିର୍ଦ୍ଦେଶକ

ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛି ଡିଡିସିଏ । ଡିଡିସିଏର ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି, ହସପିଟାଲକୁ ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରିବାକୁ ଆସୁଥିବା ଲୋକଙ୍କୁ ନେଇ ଚିନ୍ତାରେ ରହିଛନ୍ତି। ଯଦି ଅଧିକ ସଂଖ୍ୟକ ଲୋକ ପନ୍ତଙ୍କୁ ଦେଖିବାକୁ ହସପିଟାଲ ଆସନ୍ତି, ତେବେ ପନ୍ତଙ୍କୁ ସଂକ୍ରମଣ ହୋଇପାରେ। ତେଣୁ ପନ୍ତଙ୍କୁ ଦେଖାକରିବାକୁ ଆସୁଥିବା ଲୋକଙ୍କୁ ନେଇ ଟେନସନରେ ରହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ପନ୍ତଙ୍କୁ ସାକ୍ଷାତ କରିବା ପାଇଁ କୌଣସି ଭିଆଇପି ମୁଭମେଣ୍ଟ ନ ହେଉ, ତାଙ୍କୁ ଦେଖାକରିବାକୁ ଆସୁଥିବା ଲୋକ ନ ଆସିବା ଉଚିତ। ଏମିତି କରିବା ଦ୍ୱାରା ସଂକ୍ରମଣ ବଢିବାରେ ଆଶଙ୍କା ରହିଛି । ପୂର୍ବରୁ ମ୍ୟାକ୍ସ ହସପିଟାଲକୁ ଯାଇ ରିଷଭଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ ।

ପନ୍ତଙ୍କ ଅବସ୍ଥା ସ୍ଥିର ରହିଛି । ଧିରେ ଧିରେ ସ୍ୱାସ୍ଥ୍ୟରେ ସୁଧାର ଆସୁଛି। ବିସିସିଆଇ ଡାକ୍ତର, ହସପିଟାଲର ଡାକ୍ତର ପରସ୍ପର ସଂପର୍କରେ ରହିଛନ୍ତି । ଜୟ ଶାହା ନିଜେ ସ୍ଥିତି ଉପରେ ଧ୍ୟାନ ରଖିଛନ୍ତି । ତେବେ ଏବେ ପନ୍ତ ଡେରାଡୁନ ହସପିଟାଲରେ ରହିବେ। ଦିଲ୍ଲୀ ଏୟାରଲିଫ୍ଟ ଏବେ କରାଯିବେ ନାହିଁ । ତେବେ ଶ୍ୟାମ ଶର୍ମା କହିଛନ୍ତି, ରିଷଭ କହିଛନ୍ତି ଯେ, ଗାତରେ ପଡିଯିବା ଭଳରେ ଗାଡି ଡିଭାଇଡରରେ ପିଟି ହୋଇଥିଲା। ଆଉ ଏମିତି ଦୁର୍ଘଟଣା ଘଟିଥିଲା ।

ଶ୍ୟାମ ଶର୍ମା ଡେରାଡୁନ ପହଞ୍ଚି ରିଷଭଙ୍କ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ । ତେବେ ପନ୍ତ ଖୁବଶୀଘ୍ର ସୁସ୍ଥ ହୋଇଯିବେ। ଏବେ ଆଇସିୟୁରେ ପନ୍ତ ରହିଛନ୍ତି ।

ସୂଚନାଯୋଗ୍ୟ, ରିଷଭ ପନ୍ତ କାର ଉତ୍ତରାଖଣ୍ଡ ରୁର୍କୀରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଖି ଲାଗିଯିବା ଯୋଗୁଁ ଡିଭାଇଡରରେ ପିଟି ହୋଇଥିଲା କାର୍‌ । କାରରେ ନିଆଁ ଲାଗିଯାଇଥିବା ବେଳେ କାରର କାଚ ଭାଙ୍ଗି ବାହାରକୁ ଡେଇଁ ପଡିଥିଲେ ରିଷଭ । ହେଲେ କାରଟି ସଂପୂର୍ଣ୍ଣ ଜଳି ଯାଇଥିଲା। ତାଙ୍କୁ ତୁରନ୍ତ ଡେରାଡୁନର ମ୍ୟାକ୍ସ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏବେ ସେ ଚିକିତ୍ସିତ ହେଉଛନ୍ତି ।

ତେବେ ଏବେ ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ପନ୍ତଙ୍କ ମୁଣ୍ଡ ଓ ମେରୁଦଣ୍ଡର ଏମଆରଆଇ କରାଯାଇଛି। ରିପୋର୍ଟରେ ଏହା ସ୍ୱାଭାବିକ ଥିବା ସ୍ପଷ୍ଟ ହୋଇଛି। ତେବେ ଉତ୍ତରାଖଣ୍ଡର ମାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଛି। ଦୁର୍ଘଟଣାରେ ତାଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତଚିହ୍ନ ଲାଗିଥିଲା। ସେସବୁ କ୍ଷତ ଚିହ୍ନଗୁଡ଼ିକୁ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.