ନୂଆବର୍ଷରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ବର୍ଷ ସାରା ହେବ ଧନ ବର୍ଷା

ଆଜି ନୂଆବର୍ଷ। କୁହାଯାଏ ବର୍ଷର ପ୍ରଥମ ଦିନ ଭଗବାନଙ୍କ ଆଶୀର୍ବାଦ ନେବା ଦ୍ୱାରା ବର୍ଷ ଜାକ ଭଲରେ କଟିଥାଏ । ଦୁଃଖ ଓ ଦରିଦ୍ରତା ଦୂର ହୋଇଥାଏ । ନୂଆ ବର୍ଷର ଆରମ୍ଭ ୧ ଜାନୁଆରୀ ୨୦୨୩ ରୁ ହେଉଛି । ଆଜି ଶାମ୍ବଦଶମୀ। ଗ୍ରହରାଜ ସୂର୍ଯ୍ୟଦେବଙ୍କୁ ଏହିଦିନ ବିଶେଷ ଭାବେ ପୂଜା କରାଯାଏ। ଶାସ୍ତ୍ରରେ ଦଶମୀ ତିଥିକୁ ଯମରାଜଙ୍କୁ ବି ମନାଯାଏ । ଏହି ଦିନ ତାଙ୍କର ପୂଜା କରିବା ଦ୍ୱାରା ସବୁ ବାଧା ଦୂର ହୋଇଥାଏ । ଯମରାଜ ମନୁଷ୍ୟକୁ ନର୍କ ଓ ଅକାଳ ମୃତ୍ୟୁରୁ ଉଦ୍ଧାର କରିଥାନ୍ତି ।

୧ ଜାନୁଆରୀ ୨୦୨୩ ରବିବାରରେ ପଡଛି । ଏହି ଦିନ ଗ୍ରହ ରାଜ ସୂର୍ଯ୍ୟ ଦେବଙ୍କୁ ସମର୍ପିତ । ସୂର୍ଯ୍ୟଙ୍କ ପୂଜା ଯୋଗୁ ସାହସ, ବଳ, ପରାକ୍ରମ,ସୁଖ,ତେଜ,ସମ୍ମାନ,ସମୃଦ୍ଧି ବୃଦ୍ଧି ପାଇଥାଏ । ଯମରାଜ ସୂର୍ଯ୍ୟଦେବଙ୍କ ସନ୍ତାନ । ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତଙ୍କ ଉପରେ ସୂର୍ଯ୍ୟଦେବଙ୍କ କୃପା ଥାଏ ତାଙ୍କୁ ଅକାଳ ମୃତ୍ୟୁ ଭୟ କି ଯମ ଦଣ୍ଡ ଭୟ ନଥାଏ । ନୂଆ ବର୍ଷ ପ୍ରଥମ ଦିନ ବ୍ରାହ୍ମ ମୁହୂର୍ତ୍ତରେ ଉଠି କିଛି ପବିତ୍ର ନଦୀ ଜଳରେ ସ୍ନାନ କରନ୍ତୁ । ଲାଲ୍‌ ବସ୍ତ୍ର ପିନ୍ଧି କରି ତମ୍ବା କୁମ୍ଭ ରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ । ଜଳରେ ପୁଷ୍ପ, ଲାଲ୍‌ ଚନ୍ଦନ, ଲାଲ୍‌ ଫୁଲ,କୁଙ୍କୁମ ମିଶାନ୍ତୁ । ଜଳ ଚଢ଼ାଇବା ସମୟରେ ଏହି ମନ୍ତ୍ର ଜପ କରନ୍ତୁ ।ଏହି ଦିନ ସୂର୍ଯ୍ୟଦେବଙ୍କ ମନ୍ଦିରରେ ସେବା କରନ୍ତୁ । ଏହି ଉପାୟ ବହୁ ପୀଢ଼ିକୁ ଉଦ୍ଧାର କରିଥାଏ । ରବିବାର ଦିନ ଅଟା ଗୁଳା କରି ମାଛଙ୍କୁ ଖୁଆଇବା ଦ୍ୱାରା ଧନ ଲାଭ ମିଳିଥାଏ ଓ ମାନସମ୍ମାନରେ ବୃଦ୍ଧି ହୋଇଥାଏ ।

ନୂଆ ବର୍ଷରେ ଏମିତି କିଛି କରନ୍ତୁ, ଯାହାଦ୍ୱାରା ସାରା ବର୍ଷ ଆପଣଙ୍କ ପକେଟ ଟଙ୍କାରେ ଭରି ରହିବ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ ଯାହାକୁ ଆପଣ ନୂଆ ବର୍ଷ ଦିନ କରିବା ଦ୍ୱାରା ଅଶେଷ ଲାଭ ପାଇବେ । ଆସନ୍ତୁ ଜାଣିବା କ’ଣ ସେହି ଉପାୟ ।

ଯେଉଁ ଘରେ ତୁଳସୀ ରହିଥାନ୍ତି, ସେଠାରେ ମା’ ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଶାସ୍ତ୍ରରେ ତୁଳସୀ ଜଟାକୁ ଖାସ ଭାବେ କୁହାଯାଇଛି । ଯାହାର ପ୍ରୟୋଗ ଦ୍ୱାରା ଧନ ଓ ସମୃଦ୍ଧି କେବେ କମ ହୋଇନଥାଏ । ତେଣୁ ନୂଆବର୍ଷର ମା’ ଲକ୍ଷ୍ମୀଙ୍କୁ ମଞ୍ଜରୀ ଅର୍ପଣ କରନ୍ତୁ । ଏହାଦ୍ୱାରା ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ଦୟା କରିବେ । ଧନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ ।

ସମସ୍ତେ ଚାହାନ୍ତି କି ଏହି ବର୍ଷରେ ନିଜ ଜୀବନରେ କେମିତି ଉନ୍ନତି ଆଣିବେ । ଯଦି ଆପଣ ବି ଏମିତି ହିଁ ଚାହୁଁଛନ୍ତି ତେବେ ଏହି ବର୍ଷ ଆରମ୍ଭରେ ନିଜ ଘରକୁ ଏମିତି କିଛି ଜିନିଷ ଆଣନ୍ତୁ ଯାହାର ସୁପ୍ରଭାବରେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଘରେ ଶାନ୍ତିର ବାତାବରଣ ରହିବ । ତେବେ ଜାଣନ୍ତୁ କଣ କଣ ରହିଛି ସେହି ସବୁ ଜିନିଷ:

ଧନ କୁବେରଙ୍କ ମୂର୍ତ୍ତି:
ଯଦି ଆପଣ ଧନ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ନିଜ ଘରକୁ ଭଗବାନ ଧନ କୁବେରଙ୍କ ମୂର୍ତ୍ତି ନେଇ ଆସନ୍ତୁ । ଏହି ମୂର୍ତ୍ତିକୁ ଆପଣ ନିଜ ଠାକୁର ଘରେ ରଖି ପୂଜା ମଧ୍ୟ କରିପାରିବେ । ଏହା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ଖୁବ ଅଳ୍ପ ଦିନ ଭିତରେ ବଦଳିଯିବ ।

ଡ୍ରାଗନ କଇଁଛ:
ପେଙ୍ଗସୁଇ ବା ଚିନି ବାସ୍ତୁ ଶାସ୍ତ୍ର ଅନୁଯାୟୀ କଇଁଛ ଘରେ ସୁଖ ସମୃଦ୍ଧି ବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ । ଏହା ବିଭିନ୍ନ ନକାରାତ୍ମକ ଶକ୍ତି ମାନଙ୍କରୁ ଘର ଲୋକଙ୍କୁ ରକ୍ଷା କରିଥାଏ ।

ଗଣେଶ- ଲକ୍ଷ୍ମୀଙ୍କ ମୂର୍ତ୍ତି :
ହିନ୍ଦୁ ଧର୍ମରେ ଗଣେଶ- ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ଖୁବ ଶୁଭ ଧରାଯାଏ । ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନରେ ଏହି ମୂର୍ତ୍ତିକୁ ରଖାଯାଇ ପୂଜା କରାଯାଇଥାଏ । କୌଣସି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ମଧ୍ୟ ଏହି ମୂର୍ତ୍ତି ପୂଜା କରାଯାଇଥାଏ । ନୂଆବର୍ଷ ଆରମ୍ଭ ହେବାର ପୂର୍ବ ଦିନ ନିଜ ଘରେ ଏହି ମୂର୍ତ୍ତି ଆଣି ରଖନ୍ତୁ । ଏହା ଦ୍ୱାରା ବର୍ଷ ସାରା ଘରେ ସୁଖ ସମୃଦ୍ଧି ଲାଗି ରହିବ ବୋଲି ବିଶ୍ୱାସ ରହିଛି ।

ଲାଫିଙ୍ଗ ବୃଦ୍ଧ:
ବିଶ୍ୱାସ କରାଯାଏ ଯଦି ନିଜ ଘରେ ଲାଫିଙ୍ଗ ବୃଦ୍ଧଙ୍କ ମୂର୍ତ୍ତି ରଖିବେ ତେବେ ଆପଣଙ୍କ ଘରେ ଧନ ସମ୍ପଦର ଅଭାବ ଜମା ବି ରହିବ ନାହିଁ ।

ମୟୁର ପର :
ମୟୁର ପରକୁ ଭଗବାନ କୃଷ୍ଣଙ୍କ ପ୍ରତୀକ ଭାବେ ଧରାଯାଏ । ତେଣୁ ଏହାକୁ ଘରେ ରଖି ପୂଜା କଲେ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.