ନୂଆ ବର୍ଷରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା ବାର୍ତ୍ତା

କେନ୍ୟୁଜ୍(ବ୍ୟୁରୋ): ନୂଆ ବର୍ଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି ୨୦୨୩ ଆମ ଜୀବନରେ ନୂଆ ପ୍ରେରଣା, ଲକ୍ଷ୍ୟ ଓ ଉପଲବ୍ଧି ଆଣିଦେଉ। ଦେଶର ଏକତା, ଅଖଣ୍ଡତା ଓ ଅନ୍ତର୍ଭୁକ୍ତି ବିକାଶ ପାଇଁ ସମସ୍ତେ ସମର୍ପିତ ହୋଇ କାମ କରିବାକୁ ଆହ୍ଵାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବବର୍ଷର ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଛନ୍ତି । ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ନବବର୍ଷ ଦେଶବାସୀଙ୍କ ପାଇଁ ନୂଆ ଆଶା, ନୂଆ ଖୁସି ଓ ଅନେକ ସଫଳତା ନେଇ ଆସୁ।

ସେହିପରି  ନୂଆ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ। ସୁଯୋଗ ଓ ସମ୍ଭାବନାର ବର୍ଷ ହେଉ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ସମୃଦ୍ଧି ଓ ସୁଯୋଗ ଆଣୁ ବୋଲି ମୁଖ୍ୟମନ୍ତ୍ରୀ ଟ୍ଵିଟ୍‌ ମାଧ୍ୟମରେ ଜଣାଇଛନ୍ତି।।ମ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.