Below header

ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧୮ ରନରେ ହରାଇଲା ବେଙ୍ଗାଲୁରୁ

ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧୮ ରନରେ ହରାଇଲା ବେଙ୍ଗାଲୁରୁ । ଅଧିନାୟକ ଉପ୍ଲେସିସଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ଓ ହେଜେଲଉଡଙ୍କ ଶାଣିତ ବୋଲିଂ । ଫଳରେ ଲକ୍ଷ୍ନୌକୁ ୧୮ ରନରେ ହରାଇଲା ବେଙ୍ଗାଲୁରୁ । ଏହି ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି ଆରସିବି । ଲକ୍ଷ୍ନୌ ଚତୁର୍ଥ ସ୍ଥାନକୁ ଖସିଛି । ମ୍ୟାଚର ହିରୋ ସାଜିଥିଲେ ଫାଫ ଡୁପ୍ଲେସିସ୍‌ । ଲଢ଼ୁଆ ୯୬ ରନ କରିଥିଲେ ଡୁପ୍ଲେସିସ୍‌ ।

୬ ଓ୍ଵିକେଟ ହରାଇ ୧୮୧ ରନ କରିଥିଲା ବେଙ୍ଗାଲୁରୁ । ଜବାବରେ ଲକ୍ଷ୍ନୌ ୮ ଓ୍ଵିକେଟ ହରାଇ ୧୬୩ ରନ କରିଥିଲା ।  ସୂଚନା ଥାଉକି, ଲକ୍ଷ୍ମୌ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳିସାରିଛି। ଯେଉଁଥିରୁ ଲକ୍ଷ୍ମୌ ୪ଟି ମ୍ୟାଚ ଜିତିଥିବା ବେଳେ ୩ଟି ମ୍ୟାଚ ହାରିଛି।

ସେହିଭଳି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ଟି ମ୍ୟାଚ ଖେଳିଛି। ସେଥିରୁ ୫ଟି ମ୍ୟାଚ ଜିତିଥିବା ବେଳେ ୨ଟି ମ୍ୟାଚ ହାରିଛି।  ବାଙ୍ଗାଲୋର ପୂର୍ବ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ହାରିଛି। ତେବେ ଦୁଇଟି ଯାକ ଟିମ୍‌ ଆଜିର ମ୍ୟାଚ ଜିତିବାକୁ ଚେଷ୍ଟା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.