ଏହି ୫ଟି ଟିପ୍ସକୁ କରନ୍ତୁ ଅନୁସରଣ ; ଗ୍ରୀଷ୍ମକାଳରେ ବି ମଧୁମେହ ରହିବ କଣ୍ଟ୍ରୋଲ…

ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯାଇଛି । ଯଦି ଆପଣ ମଧୁମେହ ରୋଗୀ, ତେବେ ଆପଣଙ୍କ ଶରୀର ପାଇଁ ଏହି ଉତ୍ତାପ ଏବଂ ଆର୍ଦ୍ରତାକୁ ସହ୍ୟ କରିବା ଅଧିକ କଷ୍ଟକର। ମଧୁମେହ ରୋଗୀମାନେ ଉଚ୍ଚ ତାପମାତ୍ରା ଏବଂ ଆର୍ଦ୍ରତା ପ୍ରତି ଅଧିକ ସମ୍ବେଦନଶୀଳ ଅଟନ୍ତି । ଅଧିକ ପରିମାଣରେ ଝାଳ ନିର୍ଗତ କାରଣରୁ ବ୍ଲଡ ସୁଗାର ସ୍ତରକୁ ସନ୍ତୁଳିତ ରଖିବା ସମ୍ଭବପର ହୋଇ ପାରିନଥାଏ। ହେଲେ ଆପଣ କିଛି ସାବଧାନତା ଆପଣାଇ ପାରିଲେ ଏପରି ସମସ୍ୟାରୁ ଦୂରେଇ ରହିପାରିବେ। ନିମ୍ନଲିଖିତ ୫ଟି ପରାମର୍ଶ ଆପଣଙ୍କ ପାଇଁ ଫଳପ୍ରଦ ହେବ ନିଶ୍ଚୟ।

ଗ୍ରୀଷ୍ମ ଋତୁରେ ସତର୍କତା ଅବଲମ୍ବନ କରନ୍ତୁ

ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ପବନ ଏବଂ ଆର୍ଦ୍ରତା ଜଣଙ୍କର ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇପାରେ, ବିଶେଷକରି ମଧୁମେହ ରୋଗୀମାନେ କିଛି ସତର୍କତା ଅବଲମ୍ବନ କରି, ଆପଣ ଏହି ବିପଦକୁ ହ୍ରାସ କରିପାରିବେ ଏବଂ ଗ୍ରୀଷ୍ମ ଋତୁରେ ପରିସ୍ଥିତିକୁ ପରିଚାଳନା କରିପାରିବେ।

ସୂର୍ଯ୍ୟଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ।

ଘରେ ସର୍ବାଧିକ ସମୟ ବିତାନ୍ତୁ। ଯଦି ଆପଣଙ୍କୁ ବାହାରକୁ ଯିବାକୁ ପଡିବ, ସନ୍ସ୍କ୍ରିନ୍ ଲଗାଇବାକୁ ଭୁଲନ୍ତୁ ନାହିଁ। ଏକ କ୍ୟାପ୍, ଟୋପି କିମ୍ବା ସ୍କାର୍ଫ୍ ବ୍ୟବହାର କରନ୍ତୁ । ସିଧାସଳଖ ସୂର୍ଯ୍ୟକିରଣରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। ଜରୁରୀ କାର୍ଯ୍ୟରେ ବାହାରକୁ ଯିବାକୁ ପଡ଼ିଲେ ନିଶ୍ଚୟ ଛତା ବ୍ୟବହାର କରିବା ସହ ଧଳା କପଡ଼ାରେ ମୁହଁ ଘୋଡାଇ ରଖନ୍ତୁ। କାରଣ ସିଧାସଳଖ ସୂର୍ଯ୍ୟକିରଣ, ଶରୀରରେ ସୁଗାର ସ୍ତରକୁ ଖୁବଶୀଘ୍ର ବଢ଼ାଇ ଦେଇଥାଏ।

ବ୍ଲଡ ସୁଗାର ଲେବୁଲ ପରୀକ୍ଷା କରନ୍ତୁ

କୌଣସି କାର୍ଯ୍ୟରେ ବାହାରକୁ ଯାଉଥିଲେ କିମ୍ବା ଶାରୀରିକ ପ୍ରରିଶ୍ରମ କରିବା ପୂର୍ବରୁ ନିଶ୍ଚୟ ବ୍ଲଡ ସୁଗାର ଲେବୁଲ ପରୀକ୍ଷା କରି ନିଅନ୍ତୁ। ଏହା ଦ୍ୱାରା ଆପଣ ନିଜେ ସତର୍କ ରହିପାରିବେ।

ଔଷଧକୁ ଖରାରୁ ଦୂରେଇ ରଖନ୍ତୁ

ଆପଣଙ୍କ ଔଷଧରେ ଯେପରି ସୂର୍ଯ୍ୟକିରଣ ନପଡ଼ିବ ସେଥିପ୍ରତି ସର୍ବଦା ସତର୍କ ରୁହନ୍ତୁ। କାରଣ ସିଧାସଳଖ ସୂର୍ଯ୍ୟ କିରଣ ପଡ଼ିବା ପରେ ଔଷଧ ବିଷାକ୍ତ ହୋଇଯାଏ। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଶଙ୍କା ବଢ଼ାଇ ଦେଇପାରେ। ଔଷଧକୁ ସର୍ବଦା ଶୀତଳ ଓ ସୁଖିଲା ସ୍ଥାନରେ ରଖନ୍ତୁ। ଯେପରିକି ରେଫ୍ରିଜରେଟର କିନ୍ତୁ ବରଫ ବାକ୍ସରେ ରଖନ୍ତୁ ନାହିଁ।ଏହା ମଧ୍ୟ ସେମାନଙ୍କର କ୍ଷତି କରିପାରେ । ଏହାସହିତ ବ୍ୟବହାର କରୁଥିବା ଅନ୍ୟାନ୍ୟ ଉପକରଣ ଯଥା ବ୍ଲଡ ସୁଗାର ମନିଟର, ଇନସୁଲିନ ପମ୍ପ ଓ ଷ୍ଟ୍ରିପ ବି ସିଧାସଳଖ ସୂର୍ଯ୍ୟକିରଣ ଓ ଗରମରୁ ଦୂରେଇ ରଖନ୍ତୁ।

ଶରୀରକୁ ହାଇଡ୍ରେଟ୍ ରଖନ୍ତୁ।

ଖରାଦିନରେ ଶରୀରରୁ ବହୁ ପରିମାଣରେ ଝାଳ ଏବଂ ପରିସ୍ରା ମାଧ୍ୟମରେ ବହୁ ଜଳ ବାହାରିଥାଏ ଯାହା ଦ୍ୱାରା ଜଳୀୟ ଅଂଶ କମିଯାଏ। ବିଶେଷ ଭାବେ ଡାଇବେଟିସ ରୋଗୀ ପ୍ରତି ୨ ଘଣ୍ଟାରେ ପାଣି ପିଇବା ଉଚିତ। ଏପରିକି ଆପଣଙ୍କୁ ଶୋଷ ଲାଗୁ ନଥିଲେ ମଧ୍ୟ ପାଣି ପିଇବା ଆବଶ୍ୟକ। ତେଲ, ମସଲାଯୁକ୍ତ ଖାଦ୍ୟରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ। କାରଣ ଏହା ବ୍ଲଡ ସୁଗାର ଲେବୁଲକୁ ବଢ଼ାଇ ଦେଇଥାଏ। ଅଧିକ ପରିମାଣରେ ଲେମ୍ବୁ ପାଣି ଓ ପଇଡ଼ ପାଣି ପିଇଲେ ସୁଗାର ଲେବୁଲ ସନ୍ତୁଳିତ ଅବସ୍ଥାରେ ରହିଥାଏ।

ପ୍ରାକୃତିକ ଫେବ୍ରିକ ଯୁକ୍ତ ବସ୍ତ୍ର ପିନ୍ଧନ୍ତୁ

ଖରାଦିନେ ପଲିଷ୍ଟର, ନାଇଲନ ପରି କପଡ଼ା ପରିଧାନ କରନ୍ତୁ ନାହିଁ। ଏହା ବଦଳରେ ହାଲକା କଟନ କିମ୍ବା ପ୍ରାକୃତିକ ଫେବ୍ରିକରେ ତିଆରି ହୋଇଥିବା ବସ୍ତ୍ର ପିନ୍ଧନ୍ତୁ। ଧଳା କପଡ଼ା ପିନ୍ଧିବା ଜରୁରୀ । ଅନେକ ଲୋକ ଗ୍ରୀଷ୍ମ ଋତୁରେ ସମୁଦ୍ର କୂଳରେ ସମୟ ବିତାଇବାକୁ ପସନ୍ଦ କରନ୍ତି। ଯଦି ଆପଣ ସମୁଦ୍ର କୂଳକୁ ଯାଉଛନ୍ତି, ସଠିକ୍ ଭାବରେ ସନ୍ସ୍କ୍ରିନ୍ ଲଗାନ୍ତୁ ଏବଂ ଖାଲି ପାଦରେ ଚାଲନ୍ତୁ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.