Below header

ମହିଳା ଫୁଟବଲ୍‌ ଖେଳାଳି ଆଜି ବିଲରେ ଖଟି ସାଜିଛନ୍ତି ଦିନ ମଜୁରିଆ

ଆଳି (କେନ୍ୟୁଜ) : ବିଲରେ କୋଦାଳ ଧରି କାମ କରୁଥିବା ଏ ମହିଳା ଜଣଙ୍କ ହେଉଛନ୍ତି ଓଡିଶାର ଜଣେ ଦକ୍ଷ ଫୁଟବଲ ଖେଳାଳି। ଦିନେ ସ୍ୱପ୍ନ ଦେଖିଥିଲେ କ୍ରୀଡା ଜରିଆରେ ନିଜର ନାମ ରଖିବେ। ରାଜ୍ୟ ତଥା ଦେଶର ନାମ ରଖିବେ। ସେଥିପାଇଁ ଛୋଟବେଳୁ ଫୁଲବଳ ଖେଳକୁ ନିଜର ବ୍ରତ ଭାବେ ଗ୍ରହଣ କରିନେଇଥିଲେ ମହିଳା ଫୁଟବଲ ଖେଳାଳି ସୁଜାତା। ଦିନେ ଫୁଟବଲ ଖେଳି ସାରା ରାଜ୍ୟ ପାଇଁ ଆଣିଥିଳେ ଗୌରବ କିନ୍ତୁ ଆଜି ନିଜର ପରିବାର ଚଳାଇବା ପାଇଁ ସ୍ୱାମୀଙ୍କ ସହିତ ମିଶି କରୁଛନ୍ତି ମଜୁରିଆ କାମ।

ମେଡାଲ ଆଉ କପକୁ ଦେଖୁଥିବା ଏହି ମହିଳା ଜଣଙ୍କ ହେଉଛନ୍ତି କେନ୍ଦ୍ରପଡା ଜିଲ୍ଲା ଆଳି ବ୍ଲକ ଦେମାଳ ଗାାଁ ଜାତୀୟ ମହିଳା ଫୁଟବଲ ଖେଳାଳି ସୁଜାତା ମଲିକ। ମହିଳା ଫୁଟବଲ ଖେଳର ଏନ୍ତୁଡିଶାଳ କୁହାଯାଉଥିବା କେନ୍ଦ୍ରାପଡା ଜିଲ୍ଲା ଆଳି ମିନିଷ୍ଟାଡିୟମରୁ ସୁଜାତା ମାତ୍ର ୧୧ ବର୍ଷ ବୟସରୁ ଆରମ୍ଭ କରିଥିଲେ ଫୁଟବଲ ଖେଳ।ଏଇଠୁ ନେଇଥିଲେ ପ୍ରଶିକ୍ଷଣ।ଏହାପରେ ୨୦୦୫ରେ ଯୋଗଦାନ କରିଥିଲେ ଭୁବନେଶ୍ୱର କ୍ରୀଡା ଛାତ୍ରାବାସରେ। ୨୦୦୫ରୁ ୨୦୧୫ ଯାଏ ଦୀର୍ଘ ୧୦ ବର୍ଷ ଧରି ସୁଜାତା ଓଡିଶା ମହିଳା ଫୁଟବଲ ଦଳର ସବ ଜୁନିୟର ଓ ଜୁନିୟର ଦଳରେ ସାମିଲ ହୋଇ ଜାତୀୟ ଚାମ୍ପିୟାନସିପରେ ନିଜର କ୍ରୀଡା ଦକ୍ଷତା ପ୍ରଦର୍ଶନ କରିଛନ୍ତି। ସେ ଜଣେ ଦକ୍ଷ ଫୁଟବଲ ଖେଳାଳି। ଜାତୀୟ ଫୁଟବଲ ଚାମ୍ପିୟାନସିପରେ ଏକାଧିକବାର ଓଡିଶା ଦଳର ପ୍ରତିନିଧିତ୍ବ କରିଛନ୍ତି ସୁଜାତା।

sujata

ସ୍ବାମୀ ବିସ୍ମୟ ମଲିକ,୩ ବର୍ଷର ପୁଅ ତନ୍ମୟଙ୍କୁ ନେଇ ସୁଜାତାଙ୍କର ଛୋଟ ପରିବାର। ଫୁଟବଲ ଖେଳକୁ ଜୀବନର ବ୍ରତ ଭାବରେ ଗ୍ରହଣ କରି ଥିବା ସୁଜାତା ବହୁ ଆଶା ରଖିଥିଲେ ନିଜର କ୍ରୀଡାଦକ୍ଷତା ପାଇଁ କୌଣସି ନିଯୁକ୍ତି ପାଇଯିବେ। ଖୁସିରେ ଚଳିବ ତାଙ୍କର ପରିବାର। ହେଲେ ପୁଅର ହୃଦ ରୋଗ ଚିକିତ୍ସା ଓ ନିଜର ପେଟ ପୋଷିବା ପାଇଁ ଆଜି ପର ଘରେ ମୂଲ ଲାଗୁଛନ୍ତି ମହିଳା ଫୁଟବଲ ଖେଳାଳୀ ସୁଜାତା।

ଓଡିଶାର ପ୍ରତିନିଧିତ୍ବ କରିଥିବା ଏହି ୨୫ ବର୍ଷିୟ ମହିଳା ଫୁଟବଲ ଖେଳାଳି ସୁଜାତା କୌଣସି ସରକାରୀ, ବେସରକାରୀ ସ୍ତରରେ ନିଯୁକ୍ତି ନପାଇ କେତେବେଳେ ଇଟାଭାଟିରେ ତ କେତେବେଳେ ଚାଷଜମିରେ ଦିନ ମଜୁରିଆ ଭାବେ କାମକରି ପରିବାର ପ୍ରତିପୋଷଣ କରୁଛନ୍ତି। ସ୍ବାମୀ ବିସ୍ମୟଙ୍କର ସେମିତି କିଛି ନିର୍ଦ୍ଦିଷ୍ଟ ରୋଜଗାର ନାହିଁ। ରାଜମିସ୍ତ୍ରୀ ଭାବରେ କାମ କରନ୍ତି। ହୃଦରୋଗରେ ଆକ୍ରାନ୍ତ ୩ ବର୍ଷର ପୁଅ ତନ୍ମୟ ପାଇଁ ଖର୍ଚ୍ଚ ହେଉଛି ପର୍ଯ୍ୟାପ୍ତ ଅର୍ଥ। ଅଭାବ, ଅନାଟନ ଭିତରୁ ମୁକୁଳିବା ପାଇଁ ଜାତୀୟ ଫୁଟବଲ ଖେଳାଳି ସୁଜାତା ଚଳାଇଛନ୍ତି ସଂଗ୍ରାମ।

ସେ କହିଛନ୍ତି ତାଙ୍କର ସାଥୀ ଖେଳାଳି ମାନଙ୍କ ମଧ୍ୟରୁ ଅନେକ ଜଣ ସରକାରୀ, ବେସରକାରୀ ନିଯୁକ୍ତି ପାଇଛନ୍ତି। ତେଣୁ ସେ ବି ବହୁତ ଆଶା ରଖିଛନ୍ତି ନିଜର କ୍ରୀଡା ଦକ୍ଷତା ପାଇଁ ନିଯୁକ୍ତି ମିଳିବ। ହେଲେ ଦୁଃଖେ କଷ୍ଟେ ଦିନ କାଟୁଥିବା ସୁଜାତାଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତି ମିଳୁନି। ତେଣୁ ନିତିଦିନିଆ ସଂସାରର ବୋଝ ଭାରି ପଡୁଛି ତାଙ୍କ ଉପରେ। ତେଣୁ ସେ ଆକୁଳ ସ୍ୱରରେ ସରକାରଙ୍କୁ ନିବେଦନ କରିଛନ୍ତି ତାଙ୍କ ପୁଅର ଚିକିତ୍ସା ଓ ପରିବାର ଚଳିବା ପାଇଁ ତାଙ୍କୁ ନିଯୁକ୍ତି ଦେବାରେ ବ୍ୟବସ୍ଥା କରିବେ। ସତରେ ଦର୍ଶକବନ୍ଧୁ ଜଣେ ପ୍ରତିଭାବାନ ମହିଳା ଫୁଟବଲ ତାରକାଙ୍କୁ ଏପରି ଦୟନୀୟ ସ୍ଥିତି ଦେଖି କ୍ରୀଡାପ୍ରେମୀ,କ୍ରୀଡା ସଂଗଠକ ଓ କ୍ରୀଡାବିତମାନଙ୍କୁ ଘୋର ବ୍ୟଥିତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.