ସନରାଇଜର୍ସ ହାଇଦ୍ରାବାଦକୁ ତେରଛା ବାଣ ମାରିଲେ ଓ୍ଵାର୍ଣ୍ଣରଙ୍କ ପତ୍ନୀ, ସମାଲୋଚକଙ୍କ ମୁହଁ ବନ୍ଦ

ଅଷ୍ଟ୍ରେଲିଆ ଟି-୨୦ବିଶ୍ୱକପ୍‌ ଜିତିବା ପୂର୍ବରୁ ଡେଭିଡ ଓ୍ଵାର୍ଣ୍ଣରଙ୍କ ଖରାପ ଫର୍ମକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ଆଇପିଏଲ ୨୦୧ରେ ଖରାପ ଫର୍ମ ଯୋଗୁଁ ଅଷ୍ଟ୍ରେଲିଆର ଫ୍ଲାଇଂ ଏକାଦଶରେ ଓ୍ଵାର୍ଣ୍ଣରଙ୍କ ଚୟନ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଛିଡା କରିଥିଲା। କିନ୍ତୁ ଏହି ସବୁ ପ୍ରଶ୍ନକୁ ସଠିକ୍‌ ଜବାବ ଦେଇଛନ୍ତି ଓ୍ଵାର୍ଣ୍ଣର।

ସେମିଫାଇନାଲ ଏବଂ ଫାଇନାଲରେ ଓପନିଂରେ ଧୁଆଁଧାର ବ୍ୟାଟିଂ କରି ସମସ୍ତଙ୍କ ମୁହଁକୁ ବନ୍ଦ କରିଦେଇଛନ୍ତି ଓ୍ଵାର୍ଣ୍ଣର। ଆଉ ଏହି ଦମଦାର ପ୍ରଦର୍ଶନ ପାଇଁ ଓ୍ଵାର୍ଣ୍ଣରଙ୍କୁ ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ଆଓ୍ଵାର୍ଡ ମିଳିଛି। ଏହାପରେ ସନରାଇଜର୍ସ ହାଇଦ୍ରାବାଦକୁ ଟ୍ରୋଲ କରିଛନ୍ତି ଓ୍ଵାର୍ଣ୍ଣରଙ୍କ ପତ୍ନୀ। ତେରଛା ବାଣ ମାରି କହିଛନ୍ତି ‘ଆଉଟ ଅଫ ଫର୍ମ’।

 

View this post on Instagram

 

A post shared by Mrs Candice Warner (@candywarner1)

ଓ୍ଵାର୍ଣ୍ଣରଙ୍କ ପତ୍ନୀ କ୍ୟାଣ୍ଡିସ୍‌ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ‘ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ’ ଫଟୋ ତଳେ କ୍ୟାପସନ ଲେଖିଛନ୍ତି, ଖରାପ ଫର୍ମ, ବହୁତ ବୁଢା ଏବଂ ସ୍ଲୋ’। ଏହା ସହିତ ହସିବା ଇମୋଜି ମଧ୍ୟ ସେୟାର କରିଛନ୍ତି। ଖରାପ ଫର୍ମ ଯୋଗୁ ଆଇପିଏଲରେ ସନ ରାଇଜର୍ସ ହାଇଦ୍ରାବାଦରୁ ବିଦା ହୋଇଥିଲେ ଅଷ୍ଟ୍ରେଲିଆ କ୍ରିକେଟ ଡେଭିଡ଼ ଓ୍ଵାର୍ଣ୍ଣର। ଏବେ ଟି୨୦ ବିଶ୍ୱ କପ୍‌ରେ ଅଷ୍ଟ୍ରେଲିଆ ଟାଇଟଲ ହାତେଇବାରେ ଓ୍ଵାର୍ଣ୍ଣରଙ୍କ ରହିଛି ବଡ଼ ସହଯୋଗ। ଫାଇନାଲ ମ୍ୟାଚରେ ଅଧିନାୟକ ଫିଞ୍ଚ ଜଲଦି ଆଉଟ୍‌ ହେବା ପରେ ଓ୍ଵାର୍ଣ୍ଣର ଅର୍ଦ୍ଧର୍ଶତକ କରି ଟିମକୁ ସଂକଟରୁ ବାହାର କରିଥିଲା। ଫାଇନାଲରେ ୩୮ ବଳରେ ୫୩ ରନ୍‌ କରିଥିଲେ ଓ୍ଵାର୍ଣ୍ଣର। ଯାହାଫଳରେ ନ୍ୟୁଜିଲ୍ୟାଣ୍ଡକୁ ୮ ଓ୍ଵିକେଟରେ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ। ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ୪୯ ରନ୍‌ ଓ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ୮୯ରନ୍‌ କରିଥିଲେ। ଓ୍ଵାର୍ଣ୍ଣରଙ୍କ ଏପରି ପ୍ରଦର୍ଶନ ପରେ ତାଙ୍କ ପତ୍ନୀ କ୍ୟାଣ୍ଡିସ ସନରାଇଜର୍ସ ହାଇଦ୍ରାବାଦକୁ ଟ୍ରୋଲ କରିଛନ୍ତି। କ୍ୟାଣ୍ଡିସ କହିଛନ୍ତି, ସେ ସବୁଠୁ ଭଲ ଫର୍ମରେ ଅଛନ୍ତି। ସମାଲୋଚକଙ୍କୁ କଡ଼ା ଜବାବ ମିଳିଛି। ଟି ୨୦ ବିଶ୍ୱ କପ୍‌ରେ ସେ ସ୍ଥାନ ପାଇବେ କି ନାହିଁ ବୋଲି ପ୍ରଶ୍ନ କରିଥିଲେ ସମାଲୋଚକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.