Below header

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ହୃଦ୍‌ଘାତ, ଛାତିରେ ଯନ୍ତ୍ରଣା ପରେ ହସପିଟାଲରେ ହେଲେ ଭର୍ତ୍ତି

ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହଠାତ୍ ଅସୁସ୍ଥ ହୋଇପଡିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଗାଙ୍ଗୁଲିଙ୍କୁ କଲିକତାର ଉଡଲ୍ଯାଣ୍ଡ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯିବ ବୋଲି ସୂଚନା ମିଳିଛି।

ସୂଚନା ମୁତାବକ, ଘରେ ଜିମରେ ୱାର୍କ ଆଉଟ୍ କରିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଡାକ୍ତରଙ୍କ କହିବାନୁଯାୟୀ, ତାଙ୍କୁ କାର୍ଡିଓ ଆରେଷ୍ଟ ଆଟାକ ହୋଇଛି। ଆଞ୍ଜିଓପ୍ଲାଷ୍ଟି କରିବାକୁ ହେବ। ବିଶେଷ ଚିନ୍ତା କରିବାର କୌଣସି ଆବଶ୍ଯକତା ନାହିଁ ବୋଲି ଡାକ୍ତର କହିଛନ୍ତି। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଗାଙ୍ଗୁଲି ସୁସ୍ଥ କାମନା କରିଛନ୍ତି ମମତା ବାନାର୍ଜୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.