Below header

ଯୌନ ଉତ୍ପୀଡ଼ନ ଅଭିଯୋଗରେ ମହିଳା କ୍ରିକେଟ ଟିମ କୋଚ ନିଲମ୍ବିତ, ଗତବର୍ଷ ସମ୍ଭାଳିଥିଲେ ଦାୟିତ୍ୱ

ବରୋଦା କ୍ରିକେଟ ଆସୋସିଏଶନ ଶନିବାର ମହିଳା ଟିମ କୋଚ ଅତୁଲ ବେଡାଡେଙ୍କୁ ନିଲମ୍ବିତ କରିଦେଇଛି । ମହିଳା ଖେଳାଳିମାନେ ତାଙ୍କ ଉପରେ ଯୌନ ଉତ୍ପୀଡ଼ନ ଏବଂ ସର୍ବ ସମ୍ମୁଖରେ ଲୋକଲଜ୍ଜା କରିବା ନେଇ ଅଭିଯୋଗ କରିଥିଲେ । ଘଟଣାଟି ଗତ ମାସରେ ହିମାଚଳ ପ୍ରଦେଶରେ ହୋଇଥିବା ଏକ ଟୁର୍ନାମେଣ୍ଟ ସମୟରେ ଘଟିଥିଲା । ବିସିଏ ସଚିବ ଅଜିତ ଲେଲେ କହିଥିଲେ, ଖୁବଶୀଘ୍ର ଏକ କମିଟି ଗଠନ କରାଯାଇ ଏ ଦିଗରେ ତଦନ୍ତ ଆରମ୍ଭ କରାଯିବ ।

bh

ସେପଟେ ବେଡାଡେ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଥିଲେ, ମୋ ଉପରେ ଆସିଥିବା ଅଭିଯୋଗ ତଥ୍ୟହୀନ। ବହୁତ ଜଲଦି ଏହା ଉପରେ ମୁଁ ନିଜ ପକ୍ଷ ରଖିବି । ସେ ଗତବର୍ଷ ଏପ୍ରିଲରେ ମହିଳା ଟିମର କୋଚ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.