ଆସନ୍ତାକାଲି ଭୋର୍‌ ୫ଟା ଯାଏଁ ଜନତା କର୍ଫ୍ୟୁର ଅବଧି ବଢ଼ାଇଲେ ତାମିଲନାଡ଼ୁ ସରକାର

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଅପିଲ କରାଯାଇଥିବା ଜନତା କର୍ଫ୍ୟୁକୁ ସବୁ ରାଜ୍ୟରେ ବହୁଳ ଭାବେ ସମର୍ଥନ ମିଳୁଛି। ରବିବାର ସକାଳ ୭ଟାରୁ ରାତି ୯ ପର୍ଯ୍ୟନ୍ତ କରାଯାଇଥିବା ଏହି କର୍ଫ୍ୟୁ ବେଳେ ସହର ବଜାର, ଦୋକାନ, ଗାଡ଼ିମଟର ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଅପିଲ କରାଯାଇଥିଲା।

tamilnadu

ତେବେ ତାମିଲନାଡ଼ୁ ସରକାର ଏହି ଜନତା କର୍ଫ୍ୟୁକୁ ରବିବାର ରାତି ୯ ଟା ନୁହେଁ ବରଂ ସୋମବାର ସକାଳ ୫ଟା ଯାଏଁ ବଢ଼ାଇବାକୁ ନିଷ୍ପତ୍ତି କରିଛନ୍ତି। କରୋନା ସହ ଲଢ଼ିବା ପାଇଁ ତାମିଲନାଡ଼ୁ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା ଜଣାଯାଇଛି। ଯେତେ ଅଧିକ ସମୟ ଲୋକମାନେ ଚଳାଚଳ ବନ୍ଦ କରିବେ କରୋନାକୁ ପ୍ରତିହତ କରିବା ସେତେ ସହଜ ହେବ ବୋଲି ସେଠାକାର ସରକାର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.