Below header

ଆସନ୍ତା ୩୧ ମାର୍ଚ୍ଚ ଯାଏ ସବୁ ଟ୍ରେନ ଚଳାଚଳ ବାତିଲ

ନୂଆଦିଲ୍ଲୀ (କେନ୍ୟୁଜ୍) : ଆସନ୍ତା ୩୧ ଯାଏ ସବୁ ଟ୍ରେନ ଚଳାଚଳ ବାତିଲ । ପ୍ରିମିୟମ ଟ୍ରେନ, ଏକ୍ସପ୍ରେସ,ମେଲ, ପାସେଞ୍ଜର୍‌ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି । ସେହିପରି ସବ ଅର୍ବାନ ଟ୍ରେନ, କୋଲକାତା ମେଟ୍ରୋ ରେଲୱେ, କୋଙ୍କଣ ରେଲୱେ ସେବା ମାର୍ଚ୍ଚ ୩୧ ତାରିଖ ବନ୍ଦ ରହିବ । କରୋନା ମୁକାବିଲା ନେଇ ରେଲୱେ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁ ଟ୍ରେନ ଗୁଡ଼ିକ ଭୋର ୪ଟା ପୂର୍ବରୁ ଯାତ୍ରା ଆରମ୍ଭ କରିଥିଲେ ସେମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ । ତେବେ ଏହି ସମୟରେ କେବଳ ମାଲବାହୀ ଟ୍ରେନ ଚଳାଚଳ କରିବ । ତେବେ ୨୧ ତାରିଖ ଯାଏ ବୁକିଂ କରିଥିବା ଯାତ୍ରୀଙ୍କୁ ପୂରା ଟିକେଟ ମୂଲ୍ୟ ଫେରସ୍ତ କରାଯିବ ବୋଲି ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

railway

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.