ବିଶ୍ଵରେ ଭୟଙ୍କର ସ୍ଥିତି, ୭୦ଟି ଦେଶରେ ଲକଡାଉନ ଘରେ ବନ୍ଦ ହେଲେ ୧୩୦ କୋଟି ଲୋକ

ସାରା ବିଶ୍ଵ ପାଇଁ ଏବେ ଚିନ୍ତାର କାରଣ ସାଜିଛି କରୋନା । ଏହି ମାରାତ୍ମକ ଭାଇରସ ଯୋଗୁଁ ବିଶ୍ଵର ୭୦ଟି ଦେଶରେ କର୍ଫ୍ୟୁ ଜାରି କରାଯାଇଛି । ଚୀନ, ଦକ୍ଷିଣ କୋରିଆ, ହଙ୍ଗକଙ୍ଗ, ଡେ଼ନମାର୍କ, ଆର୍ଜେଣ୍ଟିନା, ନରୱେ, ଇରାନ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ବ୍ରିଟେନ, ଇଣ୍ଡୋନେସିଆ ସମେତ ୭୦ଟି ଦେଶକୁ ଲକଡାଉନ କରିଦିଆଯାଇଛି । ତେବେ ଏହି ସବୁ ଦେଶ ମଧ୍ୟରେ ଆମେରିକା ବି ସାମିଲ ରହିଛି ।

କରୋନା ଦୁନିଆର ୭୦ଟି ଦେଶରେ କର୍ଫ୍ୟୁ ଭଳି ଅବସ୍ଥା ସୃଷ୍ଟି କରିଛି । କରୋନା ସାରା ବିଶ୍ଵ ଉପରେ ଏପରି ପ୍ରଭାବ ପକାଇଛି ଯେ ଏଥିରେ ଚୀନ, ଆମେରିକା, ଫ୍ରାନ୍ସ, ଜର୍ମାନୀ ଭଳି ବଡ଼ ବଡ଼ ଦେଶ ମଧ୍ୟ ଏହାର ପ୍ରଭାବରୁ ମୁକ୍ତି ପାଇପାରିନାହାନ୍ତି । ପ୍ରାୟ ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୧୧,୦୦୦ରୁ ଅଧିକ ଲୋକ ଏଥିରେ ମୃତ୍ୟୁବରଣ କରିସାରିଛନ୍ତି ।

Image result for 70 countries luckdown

ସୂଚନା ଅନୁଯାୟୀ ଲକଡାଉନ କାରଣରୁ ପ୍ରାୟ ୧୩୦ କୋଟି ଲୋକ ଏବେ ଘରେ ବନ୍ଦ ହୋଇ ରହିବାକୁ ବାଧ୍ୟ ହୋଇଛନ୍ତି । ଅନେକ ଦେଶର ସରକାର ଏବେ ଘରୁ ବାହାରିଲେ ଜରିମାନା ସହିତ ଜେଲଦଣ୍ଡ ମଧ୍ୟ ଲାଗୁ କରାଇ ଦେଇଛନ୍ତି । ବର୍ତ୍ତମାନ କରୋନା ସାରା ବିଶ୍ଵ ପାଇଁ ଏକ ବଡ଼ ସମସ୍ୟା ହୋଇ ଠିଆହୋଇଛି । ସାରା ଦୁନିଆର ବୈଜ୍ଞାନିକ ଏବଂ ଡାକ୍ତରମାନେ ଏହାର ଭ୍ୟାକ୍ସିନ ଖୋଜିବାରେ ଲାଗିପଡିଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଔଷଧ ବାହରିନାହିଁ ।

ଚୀନରୁ ବ୍ୟାପିଥିବା ମହାମାରୀ କରୋନା ପାଇଁ ପ୍ରଥମେ ଚୀନର ବୁହାନ ସହରରେ ଲକଡାଉନ କରାଯାଇଥିଲା । ଧୀରେ ଧୀରେ ଏହା ଦେଶକୁ ଦେଶ ବ୍ୟାପିବାରେ ଲାଗିଲା ଯେଉଁଥିପାଇଁ ପରେ ଇଟାଲୀ ଓ ତାପରେ ଫ୍ରାନ୍ସ, ଲଣ୍ଡନ ଓ ବ୍ରିଟେନ ଭଳି ଅନ୍ୟ ଦେଶଗୁଡିକୁ ମଧ୍ୟ ଲକଡାଉନ କରାଯାଇଥିଲା । ତେବେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହି କଥାକୁ ସ୍ୱୀକାର କରିଛି ଯେ ଲକଡାଉନ ଦ୍ୱାରା ଏହି ଭାଇରସର ବିପଦ କମ କରାଯାଇପାରିବ । ଲୋକମାନଙ୍କୁ ଘରୁ ନବାହାରିବାକୁ ଘHକ୍ସ ପରାମର୍ଶ ଦେଇଛି । କାରଣ ଏହାଦ୍ୱାରା କରୋନା ଭାଇରସର ପ୍ରଭାବକୁ କମ ହୋଇପାରିବ ।

Leave A Reply

Your email address will not be published.